ଜେଏସ୍‌ଡବ୍ଲୁ ପେଣ୍ଟ୍‌ ପ୍ରଚାରରେ ଆଞ୍ଚଳିକ ଭାଷା ବ୍ୟବହାର କରିବ

ଭୁବନେଶ୍ବର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ପେଣ୍ଟ୍‌ କଂପାନି ଜେଏସ୍‌ଡବ୍ଲୁ ପେଣ୍ଟ୍‌ କାରବାର ଆରମ୍ଭ କରିବାର ଅଳ୍ପ ସମୟ ଭିତରେ ଗ୍ରାହକଙ୍କ ନିକଟତର ହୋଇପାରିଛି। ଗ୍ରାହକଙ୍କ ସହିତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଏବଂ ଆହୁରି ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି କଂପାନି ଏହାର ପ୍ରଚାର ଅଭିଯାନଗୁଡ଼ିକରେ ଆଞ୍ଚଳିକ ଭାଷା ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶା ପାଇଁ ଏହାର ବିଜ୍ଞାପନଗୁଡ଼ିକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବ ବୋଲି କଂପାନିର ଚିଫ୍ ମାର୍କେଟିଂ ଅଫିସର ଅନୁରାଧା ବୋଷ କହିଛନ୍ତି। କଂପାନିର ନୂଆ ପ୍ରଚାର ଅଭିଯାନ ‘ସୱାଲିଆ’ର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ଏହି ଅଭିଯାନ ଜରିଆରେ ପ୍ରଶ୍ନ ପ୍ରଚାରିବା ଲାଗି ଆମେ ଗ୍ରାହକମାନଙ୍କୁ ଉତ୍ସାହିତ କରୁଛୁ। କଣ୍ଟ୍ରାକ୍ଟର ଯାହା କହୁଛନ୍ତି ସେଥିରେ ହଁ ନମାରି ନିଜ ମନରେ ଯାହା ବି ପ୍ରଶ୍ନ ରହିଛି ତାହା ପଚାରନ୍ତୁ ବୋଲି ଏହି ଅଭିଯାନରେ ଆମେ ସେମାନଙ୍କୁ ଆହ୍ବାନ ଦେଉଛୁ। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏହି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର