ନାଗପୁର: ବିଦର୍ଭରେ ବଡ଼ ବଡ଼ ଶିଳ୍ପ ସ୍ଥାପନ ହେବାର ଆବଶ୍ୟକତା ରହିଛି। ୫୦୦ରୁ ୧୦୦୦ କୋଟି ଟଙ୍କା ନିବେଶ କରିବାକୁ ଉଦ୍ୟୋଗୀମାନେ ରାଜି ନଥିବାରୁ ବିଦର୍ଭକୁ ବଡ଼ ପ୍ରକଳ୍ପ ଆସି ପାରୁନାହିଁ। ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି। ବିଦର୍ଭ ଅଞ୍ଚଳର ଅର୍ଥନୈତିକ ସ୍ଥାଣୁତାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଆମେ ନିରନ୍ତରଭାବେ ନିବେଶକ ଖୋଜିବାରେ ଲାଗିଛୁ। କିନ୍ତୁ ବଡ଼ ନିବେଶକଙ୍କ ଗୁରୁତର ଅଭାବ ରହିଛି। ଏଥିପାଇଁ ବିଦର୍ଭକୁ ବଡ଼ ପ୍ରକଳ୍ପ ଆସି ପାରୁନାହିଁ ବୋଲି ଗଡ଼କରୀ କହିଛନ୍ତି।
ଏଥିସହିତ ଗଡ଼କରୀ ଏହା ମଧ୍ୟ କହିଛନ୍ତି ଯେ ଜେଏସ୍ଡବ୍ଲୁ ଏମ୍ଜି ମୋଟର ଇଣ୍ଡିଆରେ ୩୫ ପ୍ରତିଶତ ଅଂଶଧନ ଥିବା ଉଦ୍ୟୋଗୀ ସଜ୍ଜନ ଜିନ୍ଦଲ ନିକଟରେ ତାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସମୟରେ ଜିନ୍ଦଲ ତାଙ୍କୁ ବିକାଶ କରାଯାଇଥିବା ଏକ ନୂଆ ବିଦ୍ୟୁତ୍ ଯାନ (ଇଭି) ଦେଖାଇଥିଲେ। କିନ୍ତୁ ଗଡ଼କରୀ ସେହି ଅବସରରେ ନାଗପୁରରେ ଇଲେକ୍ଟ୍ରିକ ବସ୍ ଓ ଇଲେକ୍ଟ୍ରିକ ଟ୍ରକ୍ ଉତ୍ପାଦନ ଉପରେ ଗୁରୁତ୍ବ ଦେଇଥିଲେ। ଗଡ଼କରୀ କହିଥିଲେ ମୁଁ ଗାଡ଼ି ଦେଖିବି। କିନ୍ତୁ ପ୍ରଥମେ ନାଗପୁରରେ କାର୍ଯ୍ୟ ଆରମ୍ଭ କର। ନିରନ୍ତର ବିକାଶ ପାଇଁ ଇଲେକ୍ଟ୍ରିକ ବସ୍ ଏବଂ ଇଲେକ୍ଟ୍ରିକ ଟ୍ରକ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଜିନ୍ଦଲଙ୍କୁ ଗଡ଼କରୀ କହିଥିଲେ।
ଏଥିସହିତ ବ୍ୟବସାୟରେ ସରକାରୀ ସବ୍ସିଡି ପ୍ରସଙ୍ଗରେ ଆଲୋଚନା କରି ଗଡ଼କରୀ ଉଦ୍ୟୋଗୀମାନଙ୍କୁ ଆତ୍ମନିର୍ଭରଶୀଳ ରହିବା ପାଇଁ ସତର୍କ କରାଇଛନ୍ତି। ସାମାଜିକ ମଙ୍ଗଳ କାର୍ଯ୍ୟରେ ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ନିବେଶକମାନେ ଠିକ୍ ସମୟରେ ସବ୍ସିଡି ରାଶି ପାଇବେ କି ନାହିଁ ସେ ନେଇ ସଠିକତା ନାହିଁ। ସରକାର ଯେଉଁ ଦଳର ହେଉ ନା କାହିଁକି ଉଦ୍ୟୋଗୀମାନେ ସରକାରଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। କାରଣ ଯେଉଁମାନେ ସରକାରଙ୍କ ଉପରେ ଅତ୍ୟଧିକ ନିର୍ଭର କରନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସରକାରଙ୍କ ଉପରେ ଅତ୍ୟଧିକ ନିର୍ଭର କରିବା ବିଷକନ୍ୟା ସଦୃଶ ବୋଲି ଗଡ଼କରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2021/05/nitin-gadkari.jpg)