ଜୁପିଟର ପବ୍ଲିକ ସ୍କୁଲ: ଶ୍ରେଷ୍ଠତାର ପରିପୋଷକ

ଭୁବନେଶ୍ବର: ଶିକ୍ଷାର ପରିସରରେ ଜୁପିଟର ପବ୍ଲିକ ସ୍କୁଲ ଶିକ୍ଷା ଏବଂ ଜ୍ଞାନର ଏକ ବତୀଘର ସଦୃଶ ଜାଜ୍ବଲ୍ୟମାନ । ଜୁପିଟର ପବ୍ଲିକ ସ୍କୁଲ ଗୁଣାତ୍ମକ ଶିକ୍ଷାଦାନରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସମ୍ମାନାସ୍ପଦ ଜୁପିଟର ଅନୁଷ୍ଠାନର ଏକ ଅଂଶ ହିସାବରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ୨୦୦୨ ମସିହାରେ ଜୁପିଟର ଅନୁଷ୍ଠାନ ସମୂହର ପ୍ରତିଷ୍ଠା ହୋଇଥିଲା, ଯାହାକି ଓଡିଶାର ପ୍ରଥମ \RSelf Financing Residential College, Jupiter College ଭାବରେ ବିଜ୍ଞାନ ଶିକ୍ଷାର ଅୟମାରମ୍ଭ ସହିତ ନିଜର ଅସ୍ତିତ୍ୱ ସ୍ଥାପନ କରିଥିଲା। ୨୦୧୪-୧୫ରେ ବିଶାଳ ୧୦.୧୫ ଏକର ପରିମିତ ସ୍ଥାନରେ ଗଙ୍ଗପଡ଼ାରେ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ ଦିଲ୍ଲୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇ ଭୁବନେଶ୍ୱର ମହାନଗରିର ଉପାନ୍ତରେ ପ୍ରତିଷ୍ଠିତ ହୋଇଥିଲା ଜୁପିଟର ପବ୍ଲିକ ସ୍କୁଲ। ସମର୍ପିତ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କର ପରିଚାଳନାରେ ଜ୍ଞାନର ଦୁର୍ଗଭାବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଦେବାରେ ବିଶ୍ୱ ଆଦୃତ ହୋଇପାରିଛି ।

ଜୁପିଟରରେ ପ୍ରତ୍ୟେକ ଶିଶୁର ବୌଦ୍ଧିକ ତଥା ମାନସିକ ଏବଂ ଶାରୀରିକ ବିକାଶକୁ ସର୍ବୋଚ୍ଚ ସ୍ଥାନ ଦେଇ ଶ୍ରେଷ୍ଠତମ ଗୁଣାତ୍ମକ ଶିକ୍ଷାଦାନ, ଚରିତ୍ର ଗଠନ, ମୂଲ୍ୟବୋଧ ଏବଂ ନିର୍ଣ୍ଣୟାତ୍ମକ ସିଦ୍ଧାନ୍ତ ଗ୍ରହଣର ଶିକ୍ଷାଦାନ ଆମ ବ୍ରତ ଓ ଦୀକ୍ଷାଭାବେ ପରିପ୍ରକାଶ କରିଆସିଛୁ, ଏହା ଭବିଷ୍ୟତର ଦାୟିତ୍ୱସଂପନ୍ନ ନାଗରିକ ନିର୍ମାଣରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରେ। ଏହି ସ୍କୁଲର ପ୍ରଚେଷ୍ଟା ଦ୍ୱାରା ବୋଧ-ଶକ୍ତିସଂପନ୍ନତା ଏବଂ ନୈତିକତା ଉପରେ ସର୍ବଦା ଗୁରୁତ୍ୱ ଦେଇଥାଉ। ଯଦ୍ୱାରା ଏହି ସ୍କୁଲର ଛାତ୍ରମାନେ କେବଳ ପାଠପଢ଼ା ନୁହେଁ, ଯଥାର୍ଥ ଶିକ୍ଷା ଆହରଣରେ ମଧ୍ୟ ସେଭଳି ବ୍ରତୀ ହୋଇପାରିଛନ୍ତି।

ସ୍ୱତନ୍ତ୍ର NEPକୁ ଆଧାର କରି ଜୁପିଟର ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ Jupijunior(LKGଠାରୁ Class-V ପର୍ଯ୍ୟନ୍ତ) Jupijunior(Class-VIଠାରୁ Class-VIII ପର୍ଯ୍ୟନ୍ତ) ଏବଂ Jupi Genius (Class-IXଠାରୁ Class-XII ପର୍ଯ୍ୟନ୍ତ) categoriesରେ ବିଭକ୍ତ କରାଯାଇଛି ।
ଜୁପିଟର ପୂର୍ଣ୍ଣାଙ୍ଗ ଶିକ୍ଷାଦାନ ପକ୍ରିୟା ଏବଂ ପାଠ୍ୟଖସଡ଼ା ଛାତ୍ରମାନଙ୍କୁ କେବଳ ବୋର୍ଡ ପରୀକ୍ଷା ନୁହେଁ, ତତ୍‌ସହ ସମ୍ମାନଜନକ NEETଏବଂ JEE ପ୍ରତିଯୋଗିତା ପାଇଁ ଯୋଗ୍ୟ କରି ଗଢ଼ିତୋଳି ଉଠିଛି। ଏହାର ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନ IITs,NITs, AIIMS ଭଳି ଅନେକ ଖ୍ୟାତିସଂପନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରୁଛନ୍ତି।

୩୨ ଜଣ ଛାତ୍ରଛାତ୍ରୀ NEET ପରୀକ୍ଷାରେ ୬୦୦ ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇ ବର୍ତ୍ତମାନ ଦେଶର ସୁନାମଧନ୍ୟ ମେଡିକାଲ କଲେଜରେ ଅଧ୍ୟୟନରତ। ସେହିପରି ବାହାରର କୌଣସି କୋଚିଂ ନ ନେଇ ଜୁପିଟରର ଅନେକ ଛାତ୍ରଛାତ୍ରୀ ପ୍ରଥମ ଚେଷ୍ଟାରେ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନରତ। ତତ୍‌ସହ ୨୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଚେଷ୍ଟାରେ JEE(MAIN)ରେ କୃତକାର୍ଯ୍ୟ ହେବାସହ CBSE ୨୦୨୪ ଦ୍ୱାଦଶ ପରୀକ୍ଷାରେ ୧୨ଜଣ ଛାତ୍ରଛାତ୍ରୀ ଶତକଡ଼ା ୯୦% ରୁ ଅଧିକ ରଖିବା ସହ ୭୦ରୁ ଅଧିକ ଛାତ୍ରଛାତ୍ରୀ ୮୫% ରୁ ଅଧିକ ମାର୍କ ଆଣିଛନ୍ତି।
ଜୁପିଟରର ଛାତ୍ର-ଶିକ୍ଷକ ଅନୁପାତ ୧୫:୧, ଯାହାକି ଏହି ସ୍କୁଲକୁ ଅନେକ ମଧ୍ୟରେ ଏକ ହେବାର ଚେଷ୍ଟାକୁ ସଫଳ କରିପାରିଛି। ଏହି ସ୍କୁଲର ଶିକ୍ଷକମାନେ ଉଚ୍ଚଶିକ୍ଷିତ, ଛାତ୍ରବତ୍ସଳ ଏବଂ ପ୍ରାରମ୍ଭିକ ତଥା ଉନ୍ନତ ଜ୍ଞାନ ପ୍ରଦାନରେ ଦକ୍ଷ, ସୁପରିକଳ୍ପିତ ଶିକ୍ଷାଦାନ ଏବଂ ବ୍ୟକ୍ତିଗତ ଯତ୍ନ ଛାତ୍ରମାନଙ୍କର ଏକ ନିର୍ଦ୍ଦିଷ୍ଟ ବିଷୟର ମୂଳଜ୍ଞାନ ଲାଭ କରାଇବାରେ ନିଶ୍ଚିତ କରିଥାଏ।

ଜୁପିଟରର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଥାଏ। ଯେପରି ଅଲମ୍ପିଆଡ, NTSE, Pre-IIT, Pre-Medical, NEET, JEE, KVPY, NISER, CLAT ଇତ୍ୟାଦି। ଏଠାକାର ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷାରେ ଅଧିକ ନମ୍ବର ରଖିବା ସହ NEET ଓ JEE(M&A)ରେ ଭଲ ମାର୍କରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ଜୁପିଟର ସମସ୍ତ ଶ୍ରେଣୀ ଗୃହ ଶୀତତାପ ନିୟନ୍ତ୍ରିତ, ସ୍ମାର୍ଟବୋର୍ଡ ସମନ୍ୱିତ ତଥା ଶବ୍ଦ ନିୟନ୍ତ୍ରିତ। ଏହି ସ୍କୁଲର ପରିସର ମଧ୍ୟରେ ଗଣିତ ପରୀକ୍ଷାଗାର, ଭାଷା ପରୀକ୍ଷାଗାର ଓ ବିଜ୍ଞାନ ପରୀକ୍ଷାଗାର, କମ୍ପ୍ୟୁଟର ପରୀକ୍ଷାଗାର ଆଦି ସମସ୍ତ ସୁବିଧା ସହ ପାଠାଗାର ତଥା ଅନ୍‌ଲାଇନ୍ ଓ ଶିକ୍ଷା ପାଇଁ ଅତ୍ୟାଧୁନିକ ଷ୍ଟୁଡିଓ ରହିଛି। ସେହିଭଳି ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ ଛାତ୍ରାବାସ ଓ ଅବିରାମ ବିଦ୍ୟୁତସେବାର ସୁବିଧା ମଧ୍ୟ ଏଠି ରହିଛି। ଶିକ୍ଷାର ସୁଯୋଗ ସହ ସର୍ବାଙ୍ଗୀନ ବିକାଶକୁ ଏହି ସ୍କୁଲକୁ ଗୁରୁତ୍ୱ ଦେଇଥାଉ । ବିଦ୍ୟାଳୟ ପରିସର ମଧ୍ୟରେ ପୂର୍ଣ୍ଣଭାବେ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ, ଅଭ୍ୟନ୍ତର କ୍ରୀଡାସ୍ଥଳ, ବାସ୍କେଟ୍‌ବଲ ପଡ଼ିଆ, ଟେନିସ୍‌ କୋର୍ଟ ଭଳି ଅନେକ ଖେଳପଡ଼ିଆ ରହିଛି।

ଶୈକ୍ଷିକ କୃତିତ୍ୱ ସହ ଜୁପିଟରର ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶର ପ୍ରଭୂତ ସୁଯୋଗ ସୃଷ୍ଟି କରିଛି। ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ବିଭିନ୍ନ ଖେଳ ପାଇଁ ସୁଯୋଗ ଏକ ପରିପକ୍ୱ ବ୍ୟକ୍ତିତ୍ୱ ବିକାଶର ଅନ୍ୟାନ୍ୟ ଦିଗଗୁଡ଼ିକ ପାଇଁ ଯତ୍ନ ନେଇଥାଉ । ଦୁଃସାହସିକ ଅଭିଯାନ ଶିବିର, ଆତ୍ମରକ୍ଷା ତାଲିମ, ଛାତ୍ରଛାତ୍ରୀ ଆଦାନପ୍ରଦାନ କାର୍ଯ୍ୟକ୍ରମ, ଯୋଗଶିକ୍ଷା, ସଂଗୀତ ନୃତ୍ୟ ପରି ଆନୁସଙ୍ଗିକ କାର୍ଯ୍ୟକ୍ରମମାନଙ୍କ ଦ୍ୱାରା ପିଲାମାନଙ୍କର ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ସୃଷ୍ଟି ହୋଇଛି। ଶକ୍ତ ପ୍ରାଚୀର ଘେର, ସବୁଜ ପ୍ରାନ୍ତରରେ ପରିପୂର୍ଣ୍ଣ ଏବଂ ଗୁପ୍ତ କ୍ୟାମେରା ପ୍ରକ୍ଷେପିତ ଜୁପିଟରର ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ନିରାପଦ। ହିଂସା ଓ ଭୟ ପ୍ରଦର୍ଶନର ଆମେ ସମ୍ପୂର୍ଣ୍ଣ ବିରୋଧୀ ହୋଇ ପିଲାମାନଙ୍କୁ ଏକ ସୁସ୍ଥ ପରିବେଶ ଦେବା ପାଇଁ ଆମେ ସଂକଳ୍ପବଦ୍ଧ। ଗମନାଗମନ, ସ୍ୱାସ୍ଥ୍ୟସେବା, ପରିଷ୍କାର ପରିଚ୍ଛନ୍ନତା, ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମସବୁକୁ ଜୁପିଟର ଦୃଢ଼ ଭାବେ ମାନିବାରେ ଅଙ୍ଗୀକାରବଦ୍ଧ। ଜୁପିଟର ପବ୍ଲିକ୍‌ ସ୍କୁଲ୍ ପରିବାରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକମାନଙ୍କର ସମାବେଶରେ ବିପୁଳ ଏବଂ ବିସ୍ତୃତ ପରିସରରେ ବ୍ୟାପକ। ସମସ୍ତଙ୍କ ଚେଷ୍ଟା ଓ ସମର୍ଥନ ଏହି ସ୍କୁଲର ଏକାନ୍ତ କାମ୍ୟ।

ପାଠ୍ୟପୁସ୍ତକର ବାହାରେ ଅନ୍ୟାନ୍ୟ ଶିକ୍ଷାସବୁକୁ ନେଇ ଛାତ୍ରଛାତ୍ରୀମାନଙ୍କ ବିକାଶରେ ଏହି ସ୍କୁଲ ବିଶ୍ୱାସ ରଖେ। ସମସ୍ତଙ୍କୁଏକାଠି କରିବାର ଏକ ବାତାବରଣ ଦ୍ୱାରା ଜୁପିଟରର ଛାତ୍ରଛାତ୍ରୀମାନେ ମୁକ୍ତଭାବରେ ନିଜର ସ୍ୱପ୍ନକୁ ନିଃସଙ୍କୋଚରେ ପ୍ରକାଶ କରିପାରିବେ। ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅବ୍ୟାହତ ରଖି ସମଗ୍ର ପୃଥିବୀକୁ ନିଜର କରିପାରୁଥିବା ଦାୟିତ୍ୱସମ୍ପନ୍ନ ନାଗରିକ ତିଆରି କରିବା ଏହି ସ୍କୁଲର ଲକ୍ଷ୍ୟ। ଶିକ୍ଷା ପ୍ରକ୍ରିୟାକୁ ନୂତନ ଭାବରେ କାର୍ଯ୍ୟକାରୀ କରିବା ଏବଂ ସରଳୀକରଣ କରିବା ପାଇଁ ଜୁପିଟରର ପ୍ରୟାସ ଜାରି ରହିବ। CBSE(I-XII) Class ପାଇଁ ନାମଲେଖା ଚାଲୁ ରହିଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ CBSE Board ଦ୍ୱାରା ଦ୍ୱାଦଶ ପର୍ଯ୍ୟନ୍ତ ସ୍ୱୀକୃତିପ୍ରାପ୍ତ ଏହି ସ୍କୁଲରେ ନାମ ଲେଖାଇବା ପାଇଁ 6371853130, 6371853132ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର