ଭୁବନେଶ୍ବର : ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦର ଗଠନ କରାଯାଇଛି। ଏହା ତିନି ବର୍ଷ ପାଇଁ କାର୍ଯ୍ୟକାରୀ ରହିବ। ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପରିଷଦର ଅନ୍ୟ ସଦସ୍ୟମାନେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ, ୟୁପିଏସ୍ସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡି.ପି. ଅଗ୍ରୱାଲ, ଏଆଇସିଟିଇର ପୂର୍ବତନ ଅଧକ୍ଷ ପ୍ରଫେସର ଏସ୍.ଏସ୍ ମନ୍ଥା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ବିବେକ ପଟ୍ଟନାୟକ, ମିନେସୋଟା ବିଶ୍ୱବିଦ୍ୟାଳୟ ସଂଗଠନର କୁଳାଧିପତି ପ୍ରଫେସର ଦେବିନ୍ଦର ମାଲହୋତ୍ରା, ପ୍ରାକ୍ତନ କେନ୍ଦ୍ର ମାନବ ସମ୍ବଳ ବିକାଶ ସଚିବ ଡ. ସତ୍ୟ ନାରାୟଣ ମହାନ୍ତି, ମଣିପାଲ୍ ଗ୍ରୁପର ଅଧ୍ୟକ୍ଷ ଟି. ସୁଧାକର ପାଇ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦର ପୂର୍ବତନ ଏମ୍ଡି ରେଣୁ ଚାଲୁ, ନାଲ୍କୋର ପୂର୍ବତନ ଅଧ୍ୟକ୍ଷ ଜି. ଉପାଧ୍ୟାୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ପୂର୍ବତନ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ନବୀନ କୁମାର ଏବଂ ବିଶିଷ୍ଟ ସାମ୍ବାଦିକ ତୋତାତ୍ରି ରମଣ। ଏହି ପରାମର୍ଶଦାତା ପରିଷଦ ବିଶ୍ୱବିଦ୍ୟାଳୟର ଉନ୍ନତିରେ ସହାୟକ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ କହିଛନ୍ତି।
ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ
/sambad/media/post_attachments/wp-content/uploads/2021/02/asbm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)