ଜ୍ୟୋତି ମୋଟର୍ସରେ ନୂଆ ଭିଟାରା ବ୍ରିଜା

ଭୁବନେଶ୍ବର: ଲୁଇସ୍‌ ରୋଡ୍‌ ସ୍ଥିତ ଜ୍ୟୋତି ମୋଟର୍ସରେ ମାରୁତି ସୁଜୁକିର ନୂଆ ଭିଟାରା ବ୍ରିଜାକୁ ଉନ୍ମୋଚନ କରାଯାଇଛି। ଏଥିରେ ୧.୫ ଲିଟରର କେ-ସିରିଜ୍ ବିଏସ୍‌-୬ ଇଞ୍ଜିନ ରହିଛି। ଏହି କମ୍ପାକ୍ଟ ଏସ୍‌ୟୁଭି ୫-ସ୍ପିଡ୍‌ ମାନୁଆଲ୍ ଓ ଆଡ୍‌ଭାନ୍ସଡ୍‌ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ସ୍ମାର୍ଟ ହାଇବ୍ରିଡ୍‌ରେ ଉପଲବ୍ଧ ହେଉଛି। ଏହି ଅବସରରେ ଜ୍ୟୋତି ମୋଟର୍ସର ପରିଚାଳନା ନିର୍ଦେଶକ ଓ ସିଇଓ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି, ଆମର ଗ୍ରାହକମାନଙ୍କ ଅଭିଳାଷରେ ଉନ୍ନତି ଘଟିଛି। ବିଗତ ଚାରି ବର୍ଷ ଭିତରେ ଭିଟାରା ବ୍ରିଜା ଏକ ଶକ୍ତିଶାଳୀ ବ୍ରାଣ୍ଡ୍‌ ଭାବେ ଉଭା ହୋଇଛି। ଏହାର ଦୃଢ଼, ସହରୀ ଓ ପ୍ରିମିୟମ୍ ରୂପକୁ ବଜାୟ ରଖି ନୂଆ ଭିଟାରା ବ୍ରିଜାକୁ ଅଧିକ ଶକ୍ତିଶାଳୀ ଓ ସ୍ପୋର୍ଟିୟର କରାଯାଇଛି। ନୂଆ ଭିଟାରା ବ୍ରିଜାକୁ ଗ୍ରାହକମାନଙ୍କ ଜବରଦସ୍ତ ସମର୍ଥନ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ନୂଆ ଭିଟାରା ବ୍ରିଜା ଡୁଆଲ୍‌ ଟୋନ୍ ରଙ୍ଗରେ ଉପଲବ୍ଧ ହୋଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୯,୯୮,୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଜ୍ୟୋତି ମୋଟର୍ସର ସମସ୍ତ ଆଉଟ୍‌ଲେଟ୍‌ରେ ଭିଟାରା ବ୍ରିଜାର ଟେଷ୍ଟ୍‌ ଡ୍ରାଇଭ୍ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର