ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଖାଦ୍ୟ ଉପରେ ଏକ କୁଇଜ୍ ‘କରିଓସିଟି’ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ପଡକାଷ୍ଟର ତଥା କ୍ବିଜ୍ମାଷ୍ଟର କଳ୍ପିତ ମହାନ୍ତିଙ୍କ ଦ୍ବାରା ପରିଚାଳିତ ଏହି କୁଇଜ୍ରେ ୭୦ରୁ ଅଧିକ ଦଳ ଭାଗ ନେଇଥିଲେ। ଜ୍ୟୋତି ମୋଟର୍ସ ଏହାର ଟାଇଟଲ୍ ପ୍ରାୟୋଜକ ଥିବାବେଳେ ଡାଲମା ଏବଂ ଓଡ୍ରା ଏହାର ସହଯୋଗୀ ପ୍ରାୟୋଜକ ଏବଂ ତୃପ୍ତୀ ମୋଟର୍ସ ଓ ପାରାଦୀପ ଫସଫେଟ୍ସ ଲିମିଟେଡ ନଲେଜ ପାର୍ଟନର ରହିଥିଲେ। ପ୍ରତିଯୋଗିତା ସମୟରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଖାଦ୍ୟ ଜ୍ଞାନ ଓ ରୋଷେଇକୁ ନେଇ ଯଥେଷ୍ଟ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଥିଲା।
ଆସେଞ୍ଚରର ରୋନସିତା ଦାସ ଏବଂ ନାଇଜର୍ର ରବମିତ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏକ୍ସଆଇଏମ୍ବିର ଅରିୟମ ଏବଂ ଶୁଭ୍ରଜିତ୍ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ବିଜେତାମାନଙ୍କୁ ୪୦ ହଜାର ଟଙ୍କା ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିଥିଭାବେ ଡାଲମା ହୋଟେଲର ପ୍ରତିଷ୍ଠାତା ଦେବୁ ପଟ୍ଟନାୟକ, ପିପିଏଲ୍ର କର୍ପୋରେଟ୍ ରିଲେସନ୍ସ ମୁଖ୍ୟ ସୁଧୀ ମିଶ୍ର, ତୃପ୍ତୀ ମୋଟର୍ସର ନିର୍ଦ୍ଦେଶକ ଅଙ୍କିତ ମହାନ୍ତି ଯୋଗ ଦେଇଥିଲେ।
ଏହି ଅବସରରେ କୁଇଜମାଷ୍ଟର କଳ୍ପିତ କହିଥିଲେ ଯେ ‘କରିଓସିଟି’ କେବଳ ଜ୍ଞାନର ଏକ ପରୀକ୍ଷା ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଖାଦ୍ୟ କିଭଳି ସାଂସ୍କୃତିକ ବନ୍ଧନ ସୃଷ୍ଟି କରେ ତାହାକୁ ପାଳନ କରିବା ଏହାର ଉଦ୍ଦେଶ୍ୟ। ପ୍ରତିଯୋଗିତାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଏହାକୁ ପ୍ରତିବର୍ଷ ଆୟୋଜନ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ। କୁଇଜ୍ ପାଇଁ ଖାଦ୍ୟପ୍ରେମୀ, ଯୁବ ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/08/untitled-16-2025-09-08-07-42-41.jpg)