ଭୁବନେଶ୍ୱର: ପଟିଆଠାରେ ଥିବା ଜ୍ୟୋତି ସୁଜୁକି ପକ୍ଷରୁ ଗତ ରବିବାର ଏକ ଗ୍ରାହକ ସମ୍ମିଳନୀ ଏବଂ ଏହାର ସଦ୍ୟତମ ବାଇକ୍ ‘ଇଣ୍ଟ୍ରୁଡର ୧୫୫’ର ମାଲିକମାନଙ୍କୁ ନେଇ ଏକ ର୍ୟାଲିର ଆୟୋଜନ କରାଯାଇଥିଲା। ଏହି ବାଇକ୍ର ମାଲିକମାନଙ୍କୁ ବ୍ରାଣ୍ଡ୍ ପ୍ରତି ରହିଥିବା ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଇବା ଏବଂ ବାଇକ୍ ବିଷୟରେ ସେମାନଙ୍କ ମତ କ’ଣ ତାହା ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଇଣ୍ଟ୍ରୁଡର୍ର ଷ୍ଟାଇଲ୍, ପ୍ରଦର୍ଶନ ଏବଂ ଏହା ପ୍ରଦାନ କରୁଥିବା ଆରାମକୁ ନେଇ ବାଇକ୍ ମାଲିକମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ। ଇଣ୍ଟ୍ରୁଡର ବାଇକ୍ ର୍ୟାଲି ପଟିଆ, ଡମଣା, ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ସିଆରପି, ଖଣ୍ଡଗିରି ଏବଂ ଆଚାର୍ଯ୍ୟ ବିହାର ଭଳି ସ୍ଥାନ ଦେଇ ଯାତ୍ରା କରିଥିଲା। ଏହି ର୍ୟାଲିକୁ ସୁଜୁକିର ଆର୍ଏମ୍ ଦୀପକ ପାଣ୍ଡେ ପତାକା ଦେଖାଇ ଆରମ୍ଭ କରିଥିଲେ। ଏହ ଅବସରରେ ସୁଜୁକି ମୋଟରସାଇକଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଅନୁପ ମହାତୋ ଉପସ୍ଥିତ ଥିଲେ।