ଭୁବନେଶ୍ବର: ରାଜ୍ୟର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ପରିଚିତ କଳିଙ୍ଗ ହସ୍ପିଟାଲ୍ ନୂଆ ପରିଚାଳନା କର୍ତ୍ତୃପକ୍ଷଙ୍କ ଅଧୀନକୁ ଆସିଛି। ବିଶ୍ବର ଅଗ୍ରଣୀ ବୈଜ୍ଞାନିକ ତଥା ୟୁଏଏସ୍ ଲାବୋରେଟୋରିଜ୍ର ପ୍ରତିଷ୍ଠାତା ଡକ୍ଟର ସୀତା କାନ୍ତ ଦାଶ ଏହାକୁ ଅଧିଗ୍ରହଣ କରିଛନ୍ତି ବୋଲି ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ହସ୍ପିଟାଲ୍ର ପୂର୍ବ ଗୌରବ ଫେରାଇ ଆଣିବା ଲାଗି ମୁଁ ପ୍ରତିବଦ୍ଧ। ମୁଁ କଥାରେ ନୁହେଁ କାମରେ ଏହାକୁ ପ୍ରମାଣିତ କରି ଦେଖାଇବି ବୋଲି ଶ୍ରୀ ଦାଶ କହିଛନ୍ତି। କଳିଙ୍ଗ ହସ୍ପିଟାଲ୍ରେ ସମାଜର ସବୁ ବର୍ଗର ଲୋକ ଚିକିତ୍ସା ସୁବିଧା ପାଇବେ। ଏହାର ସର୍ବଙ୍ଗୀନ ଉନ୍ନତି ଲାଗି ଆମେ ଉଦ୍ୟମ କରିବୁ। କୋଠାଠାରୁ ଆରମ୍ଭ କରି ରୋଗୀ ସେବା ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ ସ୍ପଷ୍ଟ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି। ହସ୍ପିଟାଲ୍ର ସମ୍ପ୍ରସାରଣ ଲାଗି ନୂତନ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। କ୍ୟାମ୍ପସରେ ଏବେ ୩୦୦ ପାଖାପାଖି ଶଯ୍ୟାର ବ୍ୟବସ୍ଥା ଥିବା ବେଳେ ତାହାକୁ ୪୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଡାକ୍ତରମାନଙ୍କ ଏକ ବଳିଷ୍ଠ ଟିମ୍ ହସ୍ପିଟାଲ୍ରେ ରହିବେ। ନୂଆ ସୁପର ସ୍ପେସିଆଲିଟି ବିଭାଗ ଖୋଲାଯିବ। ଉନ୍ନତ ଭିତ୍ତିଭୂମି ବ୍ୟବସ୍ଥା ଥିବା ନିଦାନ କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଳିଙ୍ଗ ହସ୍ପିଟାଲ୍କୁ ଅଧିଗ୍ରହଣ କରିଥିବା ଶ୍ରୀଯୁକ୍ତ ଦାଶ ହେଉଛନ୍ତି ଜେକେ ବିଶ୍ବବିଦ୍ୟାଳୟ, କଟକର କୁଳାଧିପତି ଓ ଡିଡି ଇନୋଭେସନ୍ସର ପ୍ରତିଷ୍ଠାତା। ଆଇଆଇଟି ଭୁବନେଶ୍ବରରେ ସେ ପ୍ରୋବାୟୋଟିକ୍ ଓ ପ୍ରିବାୟୋଟିକ୍ ଉତ୍କର୍ଷ କେନ୍ଦ୍ର ଓ ଏଣ୍ଡାଉଡ୍ ପ୍ରଫେସରସିପ୍ ସ୍ଥାପନ କରିଛନ୍ତି। ଏହି ଅବସରରେ ହସ୍ପିଟାଲ୍ର ସିଇଓ ସନ୍ଦୀପ ସାହୁ ଓ ନିର୍ଦେଶକ ରାଜୀବ ଶେଖର ସାହୁ ଉପସ୍ଥିତ ଥିଲେ।
ନୂଆ କର୍ତ୍ତୃପକ୍ଷଙ୍କ ଅଧୀନରେ କଳିଙ୍ଗ ହସ୍ପିଟାଲ୍
/sambad/media/post_attachments/wp-content/uploads/2022/05/65d465d4g32g132gdgdgdgdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)