କଲ୍ୟାଣ ଜୁଏଲର୍ସର ୧୫୦ତମ ଷ୍ଟୋର୍

ନୂଆଦିଲ୍ଲୀ: କଲ୍ୟାଣ ଜୁଏଲର୍ସର ୧୫୦ତମ ଷ୍ଟୋର ଦିଲ୍ଲୀ ଏନସିଆର୍‌ରେ ଖୋଲିଛି। ନଏଡାର ଦି ଗ୍ରେଟ୍ ଇଣ୍ଡିଆ ପ୍ଲେସ୍ ଜିଆଇପି ମଲ୍ ଏବଂ ‌ଦ୍ବାରକାର ଭେଗାସ୍ ମଲ୍‌ରେ ଏହାର ଦୁଇଟି ନୂଆ ଷ୍ଟୋର ଖୋଲିଛି। କଲ୍ୟାଣ ‌ଜୁଏଲର୍ସର ଆଞ୍ଚଳିକ ଆମ୍ବାସଡର ତଥା ପଂଜବାର ୱାମିକା ଗବି, କେରଳର ମଂଜୁ ୱାରିୟର ଏବଂ ପଶ୍ଚିମବଙ୍ଗର ରୀତାଭରି ଚକ୍ରବର୍ତ୍ତୀ ନୂଆ ସୋ’ରୁମର ଉଦ୍‌ଘାଟନ କରିଛନ୍ତି। ଏଥିରେ କଲ୍ୟାଣ ଜୁଏଲର୍ସର ସିଏମଡି ଟି ଏସ କଲ୍ୟାଣରମଣ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ କଲ୍ୟାଣରମଣ ଏବଂ ରମେଶ କଲ୍ୟାଣ ରମଣ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦୁଇ ‌ନୂଆ ଷ୍ଟୋର୍ ଖୋଲିବା ଦ୍ବାରା ଆମେ ଭାରତ ଏବଂ ମଧ୍ୟ ପ୍ରାଚ୍ୟରେ ୧୫୦ତମ ସୋ’ରୁମ୍ ଖୋଲିବାର ସୁବର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ। କଲ୍ୟାଣ ଜୁଏଲର୍ସ ସବୁସମୟରେ ଗ୍ରାହକଙ୍କୁ ପ୍ରାଥମିକତା ଦେଇ ଆସିଛି। ଗ୍ରାହକଙ୍କୁ ସେମାନଙ୍କ କ୍ରୟର ସର୍ବାଧିକ ମୂଲ୍ୟ ପ୍ରଦାନ କରିଛି। ଉଦ୍‌ଘାଟନ ପରିପ୍ରେକ୍ଷୀରେ ଏହି ଦୁଇ ସୋ’ରୁମରେ ଗ୍ରାହକମାନେ ଭିଏ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ କିମ୍ବା ସୁନା ଗହଣା ଗଢ଼ା ମଜୁରି ଉପରେ ଗ୍ରାମ ପିଛା ଭିଏ ୧୯୯ ଟଙ୍କା ଭଳି ନିମ୍ନ ସ୍ତରରୁ ଆରମ୍ଭ ହୋଇଛି। ସେହିଭଳି ହୀରା ଗହଣା ଉପରେ କ୍ୟାସବ୍ୟାକ୍ ପ୍ରଦାନ କରାଯିବ। ଭାଉଚର ଆକାରରେ କ୍ୟାସବ୍ୟାକ୍ ପ୍ରଦାନ କରାଯାଉଛି। ସବୁ ସୋ’ରୁମରେ ନଭେମ୍ବର ୩୦ ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଉପଲବ୍ଧ।

ସମ୍ବନ୍ଧିତ ଖବର