ତ୍ରିସୁର: ଚଳିତ ବର୍ଷ ଏପ୍ରିଲ୍ ୨୪ରେ କଲ୍ୟାଣ ଜୁଏଲର୍ସ ସାତଟି ରାଜ୍ୟରେ ୧୪ଟି ନୂଆ ସୋ’ରୁମ୍ ଖୋଲିବା ବିଷୟରେ ଘୋଷଣା କରିଛି। କଂପାନି ଏହାର ଆଇପିଓ ଇସ୍ୟୁ କରିବା ପରେ ପ୍ରଥମ ଥର ଲାଗି ନିଜର ନେଟ୍ୱର୍କ ସମ୍ପ୍ରସାରଣ କରୁଛି। ପ୍ରଥମ ତ୍ରୟମାସରେ ଏହା ରିଟେଲ୍ ଷ୍ଟୋର୍ ସଂଖ୍ୟାରେ ୧୩% ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦ ଭଳି ସହର ବ୍ୟତୀତ କଂପାନି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ଏହାର ନୂଆ ଷ୍ଟୋର୍ଗୁଡ଼ିକୁ ଖୋଲିବାକୁ ଯୋଜନା ରଖିଛି। ଏହି ଅବସରରେ କଂପାନିର ସିଏମ୍ଡି ଟି ଏସ୍ କଲ୍ୟାଣରମଣନ କହିଛନ୍ତି ଯେ କଲ୍ୟାଣ ଜୁଏଲର୍ସ ଏବେ ୨୧ଟି ରାଜ୍ୟରେ କାରବାର କରୁଛି। ପ୍ରଥମ ତ୍ରୟମାସରେ ଆମେ ୧୪ଟି ନୂଆ ଆଉଟ୍ଲେଟ୍ ଖୋଲିବୁ। ଏଥି ସହିତ ଗ୍ରାହକମାନଙ୍କ ସୁରକ୍ଷା ଲାଗି ସମସ୍ତ ସୋ’ରୁମ୍ରେ କଡ଼ା ସ୍ବଚ୍ଛତା ନିୟମ ପାଳନ କରାଯାଉଛି ବୋଲି ସେ କହିଛନ୍ତି। କଲ୍ୟାଣ ଜୁଏଲର୍ସର ଭାରତରେ ୧୦୭ଟି ସୋ’ରୁମ୍ ରହିଛି।
କଲ୍ୟାଣ ଜୁଏଲର୍ସ ୧୪ ନୂଆ ସୋ’ରୁମ୍ ଖୋଲିବ
/sambad/media/post_attachments/wp-content/uploads/2018/07/Kalyan_jewellers.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)