କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭାଲେଣ୍ଟାଇନ ଡେ କଲେକ୍ସନ

ନୂଆଦିଲ୍ଲୀ : ବିଭିନ୍ନ ଭାବରେ ପ୍ରେମ ପାଳନ କରିବାର ସମୟ ହେଉଛି ଭାଲେଣ୍ଟାଇନ ଡେ । ଏହି ପ୍ରେମ ସମୟ ପାଇଁ କଲ୍ୟାଣ ଜୁଏଲର୍ସ ନୂଆ କିସମ ଗହଣା ବଜାରକୁ ଛାଡ଼ିଛି । ନିଜ ପାଇଁ, ନିଜ ପ୍ରିୟତମା ପାଇଁ ବା ପତ୍ନୀଙ୍କ ପାଇଁ ଏହି ଦିବସ ନିମନ୍ତେ ଆପଣ ଯଦି ମନୋନୀତ କରିପାରୁ ନାହାଁନ୍ତି ତାହାଲେ ଏଥିପାଇଁ କଲ୍ୟାଣ ଜୁଏଲର୍ସରେ ରହିଛି ନିଜ ମନପସନ୍ଦ ଉପହାର ।

ଭାଲେଣ୍ଟାଇନ ଦିବସ ପାଇଁ ଏହି ଅଳଙ୍କାରଗୁଡ଼ିକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ପ୍ରଥମ ଭାଲେଣ୍ଟାଇନ ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବା ନବ ବିବାହିତା ବା ଚିରନ୍ତର ପ୍ରେମର ନିଦର୍ଶନ ପରିପ୍ରକାଶ କରିବା ପାଇଁ ଚାହୁଁଥିବା ପ୍ରେମୀଙ୍କ ପାଇଁ ଏଠାରେ ଆକର୍ଷଣୀୟ ଉପହାର ସାମଗ୍ରୀ ରହିଛି । ସେହିପରି ପ୍ରେମର ଆଦ୍ୟ ସୋପାନ ଉପଭୋଗ କରିବା ପାଇଁ ଚାହୁଁଥିବା ଯୁବବର୍ଗ ନିଜ ପ୍ରେମ ଜଣାଇବା ପାଇଁ ଏଠାରେ ରହିଛି ଅନନ୍ୟ ଉପହାର ପ୍ରଦାନ କଲାଭଳି ସାମଗ୍ରୀ ।

ଏଠାରେ ସୁନା, ରୋଜ୍ ସୁନା ଓ ହୀରାର ହାଲକା କାନଫୁଲ, ମୁଦି, ଦୋଳା, ପେଣ୍ଡି ଓ ବ୍ରେସଲେଟ ଆଦି ରହିଛି । ନିଜର ପ୍ରେମ ପ୍ରରିପ୍ରକାଶ ପାଇଁ ସମସ୍ତ ବର୍ଗଙ୍କ ଏଠାରେ ଅଳଙ୍କାର ରହିଛି । ଗ୍ଲୋ, ଲାୟା, ମୁଦହରା ଆଦିରେ ପ୍ରସ୍ତୁତ କରାଯାଇଥିବା ଆକର୍ଷଣୀୟ ଡ଼ିଜାଇନର ଅଳଙ୍କାର ସଂଗ୍ରହ କରାଯାଇ ଏଠାରେ ରଖାଯାଇଛି । ଏହି ଅଳଙ୍କାରଗୁଡ଼ିକ ପ୍ରେମ ଓ ବନ୍ଧୁତ୍ୱର ନିଦର୍ଶନ ହୋଇ ରହିପାରିବା ଭଳି ହୋଇଛି ।

ସମ୍ବନ୍ଧିତ ଖବର