କଲ୍ୟାଣକାରୀ ସ୍କିମ୍‌ ସହ ଆଧାର ଲିଙ୍କ ଅବଧି ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: କଲ୍ୟାଣମୂଳକ ସ୍କିମ୍‌ ସହିତ ଆଧାର ଲିଙ୍କ୍‌ କରିବାର ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ କହିଥିଲେ। ଆଜି ସରକାରଙ୍କ ତରଫରୁ ଆଧାର ଲିଙ୍କ୍‌ ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଏହି ସମୟ ସୀମା ୨୦୧୮ ମାର୍ଚ ୩୧ ବୋଲି ଧାର୍ଯ୍ୟ କରାଯାଇଥିଲା। ସରକାରୀ ସ୍କିମ୍‌ର ଲାଭ ପାଇବା ପାଇଁ ହିତାଧିକାରୀମାନଙ୍କୁ ଆଧାର ଲିଙ୍କ୍‌ କରାଇବାକୁ ପଡ଼ିବ। ଗତବର୍ଷ ଡିସେମ୍ବର ୧୫ରେ ସୁପ୍ରିମକୋର୍ଟଙ୍କ ତରଫରୁ ସରକାରୀ ସ୍କିମ୍‌ ସହିତ ଆଧାର ଲିଙ୍କ୍‌ର ସମୟ ସୀମାକୁ ୨୦୧୮ ମାର୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଧାର ଲିଙ୍କ୍‌କୁ କୋର୍ଟ ବାଧ୍ୟତାମୂଳକ କରିଥିଲେ। ତେବେ ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ଖାତା ନମ୍ବର ସହିତ ଆଧାର ଲିଙ୍କ୍‌ କରିବାର ସମୟ ସୀମାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କିନ୍ତୁ ପାନ୍‌ ସହିତ ଆଧାର ଲିଙ୍କ୍‌ କରିବାର ସମୟ ସୀମାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର