କାନାରା ରିଟେଲ୍‌ ଏକ୍ସପୋ ଆରମ୍ଭ

ଭୁବନେଶ୍ୱର: କାନାରା ବ୍ୟାଙ୍କ ପକ୍ଷରୁ ରେଡ୍‌କ୍ରସ୍‌ ଭବନଠାରେ ରିଟେଲ୍‌ ଏକ୍ସପୋ ଆରମ୍ଭ କରାଯାଇଛି। ଏହାକୁ ବ୍ୟାଙ୍କର ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ହେମନ୍ତ କୁମାର ତାମ୍‌ଟା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ସର୍କଲ୍‌ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୧୫ କାର୍‌ ଋଣ ମଞ୍ଜୁର କରାଯାଇଛି। ଏହି ଏକ୍ସପୋ ଜରିଆରେ ବ୍ୟାଙ୍କ ୨୫ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର