ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍ ଏବେ ପୁଣି ଖବରକୁ ଆସିଛନ୍ତି। ଏଥରକ କୌଣସି ବିବାଦ ପାଇଁ ନୁହେଁ ବରଂ ମନାଲିରେ ୩୦ କୋଟି ଟଙ୍କା ମୂଲ୍ୟର ଘର କିଣିବା ଯୋଗୁଁ ଚର୍ଚାକୁ ଆସିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ଏହି ଘରକୁ ସେ ପ୍ରଥମେ ୧୦ କୋଟି ଟଙ୍କା ଦେଇ କିଣିଥିଲେ ମଧ୍ୟ ଏହାର ଉନ୍ନତୀକରଣ ବାବଦରେ ଆଉ ୨୦ କୋଟି ଟଙ୍କା ଖର୍ଚ କରିଛନ୍ତି। ଏହି ଘରେ ୮ଟି ଶୟନ କକ୍ଷ ରହିଛି। ଏଥିସହିତ ବାଲ୍କୋନି, ଜିମ୍, ଯୋଗ କକ୍ଷ ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଏକ ଅଗ୍ନି ଜଳାଯାଇ ପାରୁଥିବା ସ୍ଥାନ ରହିଛି। ଏହି ଘରର ଡିଜାଇନ୍ ସବନମ୍ ଗୁପ୍ତା କରିଛନ୍ତି। ଏହି ଘରର ନବୀକରଣ କାର୍ଯ୍ୟ ଦେଖାଶୁଣା କରିବାକୁ କଙ୍ଗନା ବାରମ୍ବାର ମାନାଲି ଗସ୍ତରେ ଯାଉଥିବା କୁହାଯାଉଛି।
୩୦ କୋଟିର ବଙ୍ଗଳା କିଣିଲେ କଙ୍ଗନା
/sambad/media/post_attachments/wp-content/uploads/2017/12/kangna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)