‘କାହ୍ନାର ମେସିନାରିଜ୍‌’ର ନୂଆ ଷ୍ଟୋର୍‌

ଭୁବନେଶ୍ୱର: ଝାରପଡ଼ା ରୋଡ୍‌ଠାରେ କାହ୍ନାର୍‌ ମେସିନାରିଜ୍‌ର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। ଏଠାରେ ବ୍ୟବସାୟିକ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ରୋଷେଇ ସାମଗ୍ରୀ ବିକ୍ରି କରାଯାଉଛି। ନୂଆ ଷ୍ଟୋର୍‌କୁ ବ୍ୟବସାୟୀ କେ ଅଶୋକ ପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କାହ୍ନାର ମେସିନାରିଜ୍‌ର ନିର୍ଦେଶକ ଜି କାହ୍ନ ଚରଣ ପାତ୍ର, କେ ରାଜୀବ ପାତ୍ର, େଓ୍ଵଷ୍ଟର୍ଣ୍ଣ ହୋଷିଗାକିର ପରିଚାଳନା ନିର୍ଦ୍ଦେଶକ କୌଶିକ ରାୟ ଚୌଧୁରୀ, ମନୋଜ କଟାରିଆ ଓ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ। ଷ୍ଟୋର୍‌ରେ ବେକିଙ୍ଗ୍‌ ଓଭନ୍‌, ପିଜା ଓଭନ୍‌, ଫୁଡ୍‌ ମିକ୍ସର, ସ୍ପାଇରାଲ୍‌ ମିକ୍ସର, କଟିଙ୍ଗ୍‌ ମେସିନ୍‌, ଆଇସ୍‌ କ୍ୟୁବ, ପ୍ରାଇୟର ଜୁସ୍‌ ଡିସ୍‌ପେନ୍‌ସର, ଡିସ୍‌ପ୍ଲେ କାଉଣ୍ଟର, ରୋଷ୍ଟର, କଣ୍ଟାକ୍ଟ ଗ୍ରିଲ୍‌, ବାର-ବେ-କ୍ୟୁ ଓ ପ୍ରୋଫର୍ସ ଆଦି ବିକ୍ରି ହେଉଛି।

ସମ୍ବନ୍ଧିତ ଖବର