କାର୍‌ଗିଲ୍‌-ହିଫର୍‌ର କୁକୁଡ଼ା ଚାଷ ଅଭିଯାନ

ଭୁବନେଶ୍ବର: ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାକୁ ଖାଇବା ତେଲ ଉତ୍ପାଦନକାରୀ ସଂସ୍ଥା କାର୍‌ଗିଲ୍ ଏବଂ ହିଫର ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍‌ ତରଫରୁ ମିଳିତ ଭାବେ କୁକୁଡ଼ା ଚାଷ ଉପରେ ହ୍ୟାଚିଂ ହୋପ୍ ନାମକ ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭାରତ, ମେକ୍ସିକୋ ଓ କେନିଆରେ କାର୍ଯ୍ୟକାରୀ କରାଯିବ। ଭାରତରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଏହି ଅଭିଯାନ ଦ୍ବାରା ଜିଲ୍ଲାର ୧୭ ଲକ୍ଷ ଲୋକ ଲାଭବାନ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର