ନୂଆଦିଲ୍ଲୀ: ଭାରତୀୟ ରେଳବାଇର ନେଟୱାର୍କ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସୁବିଧା ପହଞ୍ଚି ଯାଇଛି। ସମ୍ପ୍ରତି ରେଳବାଇ କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ ଆରମ୍ଭ କରି ଦେଇଛି।
ଅର୍ଥାତ୍ ଯାତ୍ରୀ ଆଇଆରସିଟିସିର ସରକାରୀ ୱେବସାଇଟକୁ ଯାଇ କଟରାରୁ ଶ୍ରୀନଗର ଯାଉଥିବା ଟ୍ରେନ ନମ୍ବର ୨୬୪୦୧ ବନ୍ଦେ ଭାରତ ଏକ୍ସପ୍ରେସ ପଇେଁ ଟିକେଟ ବୁକ୍ କରିପାରିବେ। ଭଡ଼ା କେତେ ହେବ ଏବଂ ଯାତ୍ରା କେତେ ସମୟ ନେବ ଆସନ୍ତୁ ସେ ବିଷୟରେ ବିସ୍ତୃତା ଭାବେ ଜାଣିବା।
ଏଣିକି କଟରାରୁ ଶ୍ରୀନଗର ଯାଉଥିବା ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସର ସୁବିଧା ପାଇପାରିବେ। ଏହା କେବଳ ଜମ୍ମୁ-କାଶ୍ମୀରରେ ରେଳ ସଂଯୋଗ ବୃଦ୍ଧି କରିବ ନାହିଁ। ବରଂ ପର୍ଯ୍ୟଟକମାନଙ୍କୁ ଯାତ୍ରା କରିବାରେ ସୁବିଧା ଯୋଗାଇ ଦେବ। ଯାତ୍ରାର ସମୟ ୩ଘଣ୍ଟା ରହିଥିବା ବେଳେ ଟ୍ରେନର ଭଡ଼ା ବିଷୟରେ କହିବାକୁ ଗଲେ, ଚେୟାର କାରରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ପ୍ରାୟ ୭୧୫ଟଙ୍କା ଦେବାକୁ ପଡିବ।
ସେହିପରି ଏକଜିକ୍ୟୁଟିଭ୍ କ୍ଲାସରେ ଯାତ୍ରା କରିବାକୁ ଯାତ୍ରୀଙ୍କ ପାଇଁ ଭଡ଼ା ପ୍ରାୟ ୧୩୨୦ ଟଙ୍କା ରହିଛି। ଏଥିସହିତ ଯାତ୍ରୀଙ୍କୁ ଭଡ଼ାରେ ଜିଏସଟି ଏବଂ ବୁକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ।
ଯାତ୍ରୀମାନେ ଆଇଆରସିଟିସିର ଆପ୍ ମାଧ୍ୟମରେ କିମ୍ବା ସରକାରୀ ୱେବସାଇଟକୁ ଯାଇ ଟିକେଟ ବୁକ୍ କରିପାରିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ରେଳବାଇର ନିୟମ ଅନୁଯାୟୀ, ଆପଣ ୧୨୦ ଦିନ ପୂର୍ବରୁ ନିଜର ଟିକେଟ ବୁକ୍ କରିପାରିବେ।