ଆସୁଛି କାଓ୍ଵାସାକୀର କ୍ରୁଜର ବାଇକ୍‌ ଭଲକାନ ଏସ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଏବେ ବିଶ୍ୱର ପ୍ରମୁଖ ଲକଜୁରୀ ବାଇକ୍‌ କମ୍ପାନିମାନେ ଭୀଡ଼ ଜମାଇଛନ୍ତି । ହାର୍ଲେ ଡେଭିଡସନ, ହାୟାବୁସା, ଟ୍ରିଅମ୍ପ, କେଟିଏମ ଆଦି ଦାମୀ ବାଇକ୍‌ ବ୍ରାଣ୍ଡ ସହ ଭାରତୀୟ ଯୁବପିଢି ବେଶ ପରିଚିତ ହୋଇଗଲେଣି । ଲଜକୁରୀ ବାଇକର ଏହି କ୍ରେଜ୍‌ ଦେଖି ଆଉ ଏକ ନୂଆ ବାଇକ୍‌ ଭାରତୀୟ ସଡ଼କରେ ଦୌଡ଼ିବାକୁ ଯାଉଛି । ତାହା ହେଉଛି କାଓ୍ଵାସାକୀର ପ୍ରଥମ କ୍ରୁଜର ଭଲକାନ ଏସ୍‌ । ଇତି ମଧ୍ୟରେ କମ୍ପାନି ପକ୍ଷରୁ ଏହି ବାଇକ୍‌ର ବୁକିଂ ଆରମ୍ଭ ହୋଇଯାଇଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଅଟୋ ଏକ୍ସପୋରେ ଏହାର ପ୍ରଦର୍ଶନ କରିବ କମ୍ପାନି । ଏହାର ଏକ୍ସ ଶୋରୁମ ମୁଲ୍ୟ ରହିଛି ୫ ଲକ୍ଷ ୪୪ ହଜାର ଟଙ୍କା ।

ନୂଆ କାଓ୍ଵାସାକୀ ଭଲକାନ ଏସ୍‌ ଏକ ୬୫୦ ସିସି ଅର୍ବାନ କ୍ରୁଜର ଯାହାକି ଏର୍ଗୋ ଫିଟ୍‌ ଟେକନଲୋଜୀ ସହ ଆସୁଛି । ପୁଣି ଏହାର ହାଣ୍ଡଲବାର ଓ ଫୁଟ୍‌ ପେଗ୍‌କୁ ଚାଳକର ସୁବିଧା ଅନୁସାରେ ତିନୋଟି ଭିନ୍ନ ଭିନ୍ନ ବିକଳ୍ପରେ ଆଡଜଷ୍ଟ କରି ହେବ । ଅନ୍ୟାନ୍ୟ କ୍ରୁଜର ବାଇକ ପରି ଏହାର ସିଟ୍‌ର ଉଚ୍ଚତା କମ ଓ ହାଣ୍ଡଲବାର ପ୍ରସାରିତ ହୋଇରହିଥିବାବେଳେ ଏହାର ଆକର୍ଷଣୀୟ ଡିଜାଇନ ଓ ସ୍ପୋର୍ଟିଂ ଲୁକ୍‌ ଏହାକୁ ଅନ୍ୟବାଇକ୍‌ ଠାରୁ ଅଲଗା କରୁଛି । ଏଥିରେ ଲାଗିଛି ୬୫୦ ସିସି ନିଞ୍ଜା ୬୫୦, ଜେଡ୍‌ ୬୫୦ ଅଥବା ଭର୍ସେଜ୍‌ ୬୫୦ ଇଂଜିନ ସହ ଆସୁଛି । ତେବେ ଏହା କେବଳ ଗୋଟିଏ କଲର ‘ଫ୍ଲାଟ୍‌ ଇବୋନି’ରେ ଉପଲବ୍ଧ ହେଉଛି ।

ତେବେ ବଜାରରେ ଏହି କ୍ରୁଜର ବର୍ଗରେ କାଓ୍ଵାସାକୀ ଭଲକାନ ଏସ୍‌ର ଆଉ କେତେକ ପ୍ରତିଦ୍ୱନ୍ଦୀ ଆସିଗଲେଣି । ସେଗୁଡିକ ହେଉଛନ୍ତି ହାର୍ଲେ ଡେଭିଡସନ ଷ୍ଟ୍ରିଟ୍‌ ୭୫୦, ଷ୍ଟ୍ରିଟ୍‌ ରସ ଓ ହ୍ୟୋସଙ୍ଗ ଆକିଲା ।

ସମ୍ବନ୍ଧିତ ଖବର