ବାଇକ ପ୍ରେମୀଙ୍କ ପାଇଁ ଖୁସିଖବର, କାଓ୍ଵାସାକି ଲଞ୍ଚକଲା ନୂଆ ବାଇକ ଜାଣନ୍ତୁ ଦାମ୍‌…

ନୂଆଦିଲ୍ଲୀ: ଆପଣ ଯଦି ସୁପର ବାଇକକୁ ପସନ୍ଦ କରନ୍ତି ତାହାଲେ ଆପଣଙ୍କ ପାଇଁ ଖୁସି ଖବର । ଜାପାନ କମ୍ପାନୀ କାଓ୍ଵାସାକି ତାର ବହୁପ୍ରତିକ୍ଷୀତ ବାଇକ w800 ଷ୍ଟ୍ରିଟ ରେଟ୍ରୋକୁ ଭାରତ ବଜାରରେ ପ୍ରବେଶ କରିଛି । ସୁପର ବାଇକ ଚଲାଉଥିବା ଗ୍ରାହକଙ୍କୁ ଆଖିଆଗରେ ରଖି ଏହି ବାଇକକୁ ନିର୍ମାଣ କରାଯାଇଛି । ଏହି ଖାସ୍‌ ବାଇକକୁ କିଣିବା ପାଇଁ ଆପଣଙ୍କୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ବାଇକକୁ କାଓ୍ଵାସାକି ପ୍ରଥମେ ୨୦୧୫ ମସିହାରେ ଭାରତର ଅଟୋ ଏକ୍ସୋରେ ପଦର୍ଶନ କରିଥିଲା । କିନ୍ତୁ ଭାରତ ବଜାରକୁ ଆସିବା ପାଇଁ ଏହାକୁ ୫ ବର୍ଷ ଲାଗିଗଲା । ବର୍ତ୍ତମାନ ଆପଣ କାଓ୍ଵାସାକି ସୋ ରୁମ୍‌କୁ ଯାଇ ଏହି ବାଇକକୁ ବୁକିଂ କରିପାରିବେ ।

kawasaki-w800-street-bike-launch-india-price

କାଓ୍ଵାସାକିର w800 ବାଇକ ୧୯୬୫ ମସିହାରେ କାଓ୍ଵାସାକି ଲଞ୍ଚ କରିଥିବା w1 (୬୦୦ ସିସି ଇଞିନ୍‌)ର ଅନ୍ୟ ଏକ ସଂସ୍କରଣ ବୋଲି କୁହାଯାଉଛି । କାଓ୍ଵାସାକିର w1 ବାଇକ ସେହି ସମୟରେ ବହୁ ପରିମାଣରେ ସାରା ଦୁନିଆରେ ବିକ୍ରି ହୋଇଥିଲା ।

ସମ୍ବନ୍ଧିତ ଖବର