ଇଣ୍ଡିଗୋ ଅଂଶଧନ କିଣିବାକୁ କତାର ଏୟାରୱେଜ୍ ଆଗ୍ରହୀ

ନୂଆଦିଲ୍ଲୀ: ‌ଘରୋଇ ବିମାନ କଂପାନି ଇଣ୍ଡିଗୋର ଅଂଶଧନ କିଣିବା ଲାଗି କତାର ଏୟାରୱେଜ୍ ଆଗ୍ରହ ଦେଖାଇଛି। କଂପାନିର ସିଇଓ ଅକବର୍ ଅଲ୍ ବକିର୍‌ ଏହି ସୂଚନା ଦେଇଛନ୍ତି। ଯେହେତୁ ଇଣ୍ଡିଗୋର ପ୍ରତିଷ୍ଠାତାଙ୍କ ଭିତରେ ଏବେ ସମସ୍ୟା ରହିଛି ତେଣୁ ଅଂଶଧନ କିଣିବା ଲାଗି ପ୍ରସ୍ତାବ ଦେବାର ଏହା ଉପଯୁକ୍ତ ସମୟ ନୁହେଁ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆର ଅଂଶଧନ କିଣିବା ଲାଗି ଆମର କୌଣସି ଆଗ୍ରହ ନାହିଁ ବୋଲି ‌ବକିର୍‌ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର