୨୦% ଅଭିବୃଦ୍ଧି ହାସଲ ପାଇଁ ଲକ୍ଷ୍ୟ ରଖିଛି କେଇଆଇ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ତାର ଓ କେବୁଲ ନିର୍ମାତା କଂପାନୀ କେଇଆଇ ଇଣ୍ଡଷ୍ଟ୍ରି ଲିମିଟେଡ଼ ଚଳିତ ଆର୍ଥିକ ବର୍ଷରେ ୨୦% ଅଭିବୃଦ୍ଧି ହାସଲ ପାଇଁ ଲକ୍ଷ୍ୟ ରଖିଛି । ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ କଂପାନୀ ସାମଗ୍ରୀର ଚାହିଦା ବୃଦ୍ଧି ସାଙ୍ଗକୁ ରପ୍ତାନୀ କ୍ଷେତ୍ରରେ ୧୦% ଅଭିବୃଦ୍ଧି ଘଟିଥିବାରୁ ଚଳିତ ଆର୍ଥିକ ବର୍ଷରେ କଂପାନୀ ୨୦% ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି । ଆସନ୍ତା ୩୧ ତାରିଖରେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କଂପାନୀ ନିଜ ଡ଼ିଲର ସଂଖ୍ୟା ୧୪୦୦ରେ ପହଞ୍ଚାଇବା ପାଇଁ ଯୋଜାନା କରିଛି । ଫଳରେ ଡ଼ିଲର ସଂଖ୍ୟାରେ ୯% ବୃଦ୍ଧି ଘଟିବ । ପୂର୍ବରୁ କଂପାନୀର ଡ଼ିଲର ସଂଖ୍ୟା ୧୨୮୪ ଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ କଂପାନୀର ଲାଭ ୨୮.୩୬% ବୃଦ୍ଧି ପାଇ ୧୨୧.୯୪ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଲାଭ ପରିମାଣ ୯୫ କୋଟି ଟଙ୍କା ଥିଲା ।

ସମ୍ବନ୍ଧିତ ଖବର