୨୨ବର୍ଷ ଧରି ନିଷ୍ଠାପର ଭାବେ କାମ କରିଥିବା କର୍ମଚାରୀଙ୍କୁ ଖୁସି ହୋଇ ମାଲିକ ଦେଲେ ୪୫ଲକ୍ଷ ଟଙ୍କାର କାର ଉପହାର

ନୂଆଦିଲ୍ଲୀ: କେରଳର ଜଣେ ବ୍ୟବସାୟୀ ତାଙ୍କ ସହ ୨୨ବର୍ଷ ଧରି କାମ କରିଥିବା ଜଣେ କର୍ମଚାରୀଙ୍କୁ  ଖୁସି ହୋଇ ପ୍ରାୟ ୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ନୂତନ ମର୍ସିଡିଜ୍ ବେଞ୍ଜ୍ କାର୍ ଉପହାର ଦେଇଛନ୍ତି। କେରଳର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣର ବ୍ୟବସାୟୀ myGର ମାଲିକ ଏକେ ସାଜି ସିଆର ଅନିଶଙ୍କୁ ଏକ ଏସୟୁବି ଉପହାର ଦେଇଛନ୍ତି। ବର୍ତ୍ତମାନ ଅନିଶ myGର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ରହିଛନ୍ତି।

ସାଜି ଇନଷ୍ଟାଗ୍ରାମରେ କହିଛନ୍ତି, MyG ଆରମ୍ଭ ହେବାର ବହୁ ପୂର୍ବରୁ ଗତ ୨୨ ବର୍ଷ ହେବ ଅନିଶ ମୋ ସହିତ କାମ କରି ଆସୁଛନ୍ତି। ସେ ମୋ ପାଇଁ ଏକ ମଜବୁତ ସ୍ତମ୍ଭ ରହିବା ସହିତ ମୁଖ୍ୟ ଆଧାର ବି ରହିଛନ୍ତି। ସେ ମୋତେ ‌କେବେ ନିରାଶ ହେବାକୁ ଦେଇ ନାହାନ୍ତି। ସେ ଭାଇ ଭଳି ସବୁବେଳେ ମୋତେ ସାହାଯ୍ୟ ଓ ସମର୍ଥନ କରି ଆସିଛନ୍ତି।

 

 

View this post on Instagram

 

A post shared by Shaji Ak (@shaji_ak)

ସାଜି ଅନୀଶ ଏବଂ ତାଙ୍କ ପରିବାରକୁ ଏକ କଳା ଏସୟୁଭି ଦେଉଥିବାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଅନୀଶଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା କରି ଏହି  କାର ଉପହାର ଦେଇଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ କର୍ମଚାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଥିବାରୁ ସାଜିଙ୍କୁ ପ୍ରଶଂସା କରିଛନ୍ତି।

ସାଜି ତାଙ୍କ କର୍ମଚାରୀଙ୍କୁ କାର ଉପହାର ଦେବା ପ୍ରଥମ ଘଟଣା ନୁହେଁ। ଦୁଇ ବର୍ଷ ପୂର୍ବେ ସେ ୬ ଜଣ କର୍ମଚାରୀଙ୍କୁ ଏକ କାର ଉପହାର ଦେଇଥିଲେ। ଏଥିସହିତ ସାଜି ତାଙ୍କର କିଛି କର୍ମଚାରୀଙ୍କୁ ବିଦେଶ ଯାତ୍ରା ପାଇଁ ଉପହାର ମଧ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର