ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ତାଲିକା ବେଶ୍ ଲମ୍ବା। ସେଥିରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି କେଭନ୍ ପାରେଖ। ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍ ଆଦି ବିକାଶ କରୁଥିବା କମ୍ପାନି ଆପଲ୍ର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍ଓ) ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ୨୦୨୫ ଜାନୁଆରିରୁ ସେ ଏହି ପଦରେ କାମ କରିବେ। ଏବେ ସେ ଆପଲ୍ର ଉପସଭାପତି (ଫାଇନାନ୍ସ ଓ ପ୍ରଡକ୍ଟ ମାର୍କେଟିଂ) ଭାବେ କାର୍ଯ୍ୟ କରୁଛନ୍ତି। ମିଚିଗାନ୍ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟରିଂ ଓ ଚିକାଗୋ ବିଶ୍ବବିଦ୍ୟାଳୟରେ ଏମବିଏ ପାଠପଢ଼ିଥିବା ପାରେଖ ୧୧ ବର୍ଷ ଧରି ଆପଲ୍ରେ କାମ କରୁଛନ୍ତି। ତା’ ପୂର୍ବରୁ ସେ ଥମସନ୍ ରଏଟର୍ ଓ ଜେନେରାଲ୍ ମୋଟର୍ସରେ କାମ କରୁଥିଲେ।
ଆପଲ୍ର ସିଏଫ୍ଓ ପଦରେ କେଭନ୍ ପାରେଖ୍
ଆମେରିକୀୟ ପ୍ରଯୁକ୍ତି କମ୍ପାନିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ତାଲିକା ବେଶ୍ ଲମ୍ବା। ସେଥିରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି କେଭନ୍ ପାରେଖ।