ଭୁବନେଶ୍ୱର: ଖଣ୍ଡଗିରିଠାରେ ଇଣ୍ଡିଆନ୍ ବ୍ୟାଙ୍କର ୧୦୦ତମ ଶାଖା ସହିତ ଏକ ଏଟିଏମ୍ ଉଦ୍ଘାଟିତ ହୋଇଛି। ଏହାକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଓଡ଼ିଶା ଗୃହ ଓ ନିର୍ମାଣ କର୍ମଚାରୀ କଲ୍ୟାଣ ସଂଘର ଅଧ୍ୟକ୍ଷ ସୁବାସ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏନ୍ କେ ମିଶ୍ର, ଉପ ଆଞ୍ଚଳିକ ପ୍ରବନ୍ଧକ ଭାଲେରୀ ରଥ ଓ ଆଞ୍ଚଳିକ ପ୍ରବନ୍ଧକ ଏନ୍ କେ ମିଶ୍ର ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp