ଭୁବନେଶ୍ବର: ଖିମ୍ଜୀ ଜୁଏଲର୍ସ ପକ୍ଷରୁ ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ଫ୍ରିଡମ୍ ସେଲ୍ ବିଷୟରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ମାସ ୧୩ରୁ ୧୭ ପର୍ଯ୍ୟନ୍ତ ବୈଧ ରହିବ। ଏହି ପାଞ୍ଚ ଦିନିଆ ଅଫରରେ ଗ୍ରାହକମାନେ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୫୦% ରିହାତି ଖିମ୍ଜୀର ସମସ୍ତ ଷ୍ଟୋର୍ରେ ପାଇବେ। ଏହା ବ୍ୟତୀତ ଅନ୍ୟାନ୍ୟ ଅଳଙ୍କାର ଉପରେ ମନଲୋଭା ରିହାତି ରହିଛି। ଏହି ଅଫର ସମ୍ପର୍କରେ ଖିମ୍ଜୀ ଗ୍ରୁପ୍ର ନିର୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଏହି ସେଲ୍ ମାଧ୍ୟମରେ ଗ୍ରାହକଙ୍କୁ ଖୁସି କରିବାରେ ଅନେକ କାରଣ ଆଣିପାରିବୁ ବୋଲି ଆମେ ଆଶା ରଖିଛୁ। ଆମେ ଗ୍ରାହକ ଓ ସେମାନଙ୍କ ଭାବନାକୁ ଅଧିକ ଗୁରୁତ୍ବ ଦେଇଥାଉ। ତାଲାବନ୍ଦ କଟକଣା ପାଇଁ ଅନେକ ଦିନ ବଜାର ବନ୍ଦ ରହିଥିଲା। ତେଣୁ ଗ୍ରାହକଙ୍କୁ ଏକ ନିରାପଦ ଓ ରୋମାଞ୍ଚକ ଅନୁଭୂତି ପ୍ରଦାନ କରିବା ହେଉଛି ଆମର ପ୍ରାଥମିକତା ବୋଲି ସେ କହିଛନ୍ତି। ଖିମ୍ଜୀର ଷ୍ଟୋର୍ ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଓ କଟକରେ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp