ଖିମ୍‌ଜୀ ଜୁଏଲର୍ସକୁ ଟାଇମସ୍‌ ବିଜନେସ୍ ଆୱାର୍ଡ ୨୦୨୦

ଭୁବନେଶ୍ବର : ସବୁଠୁ ବିଶ୍ବାସଯୋଗ୍ୟ ଜୁଏଲର,‌ ଶ୍ରେଷ୍ଠ ଜୁଏଲର (ସୁନା ଓ ହୀରା) ଏବଂ ଶ୍ରେଷ୍ଠ ଜୁଏଲର (ରୁପା ଏବଂ ଫେସନ ଗହଣା) ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ସବୁଠୁ ବିଶ୍ବାସଯୋଗ୍ୟ ତଥ‌ା ବୃହତ୍ତମ ଗହଣା ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସକୁ ଟାଇମସ୍‌ ବିଜନେସ୍‌ ଆୱାର୍ଡ ୨୦୨୦ (ପୂର୍ବ) ପ୍ରଦାନ କରାଯାଇଛି। ବଲିଉଡ୍ ତାରକା ଅନିଲ କପୁରଙ୍କ ଠାରୁ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ ଓ ସୁମିତ୍‌ ଖିମ୍‌ଜୀ ଏହି ପୁରସ୍କାରଗୁଡ଼ିକୁ ଗ୍ରହଣ କରିଛନ୍ତି। ଏହି ଅବସରରେ ମିତେଶ କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇବା ନିଶ୍ଚିତ ରୂପେ ଗର୍ବର ବିଷୟ। ସତେଜ ଡିଜାଇନ, ଗ୍ରାହକ ସନ୍ତୁଷ୍ଟି, ବିବିଧତା, ଗୁଣାତ୍ମକ ମାନ, ଧାତବ ଓ ଷ୍ଟୋନ୍‌ର ଶୁଦ୍ଧତା ଭଳି କ୍ଷେତ୍ରରେ ଆମେ ଶ୍ରେଷ୍ଠ ସ୍ଥାନରେ ରହିବା ଆନନ୍ଦର ବିଷୟ। ସବୁଠୁ ବିଶ୍ବାସଯୋଗ୍ୟ ବ୍ରାଣ୍ଡ୍‌ର ମାନ୍ୟତାର ଅର୍ଥ ବହୁତ କିଛି। ଖିମ୍‌ଜୀ ଗ୍ରୁପ୍‌ର ସମସ୍ତ କର୍ମଚାରୀଙ୍କୁ ସେ ଏଥିପାଇଁ ଶ୍ରେୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର