ବ୍ରହ୍ମପୁର: ଗହଣା ବିକ୍ରି କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଖିମ୍ଜି ଜୁଏଲର୍ସର ନୂତନ ସୋ’ରୁମ୍ ବ୍ରହ୍ମପୁର ସାନବଜାରରେ ଆଜି ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର, କଟକ ଓ ରାଉରକେଲା ପରେ ବ୍ରହ୍ମପୁରରେ ଖିମ୍ଜି ସୋ’ ରୁମ୍ ଖୋଲିଛି। ଖିମ୍ଜି ଜୁଏଲର୍ସର ଅଧ୍ୟକ୍ଷ ଦିନେଶ ଖିମ୍ଜି ସୋ’ରୁମ୍ ଉଦ୍ଘାଟନ କରିଥିଲେ। ପରିଚାଳନା ନିର୍ଦ୍ଦେଶକ କିଶୋର ଖିମ୍ଜି, ନିର୍ଦ୍ଦେଶକ ମିତେଶ ଖିମ୍ଜି ଓ ସୁମିତ ଖିମ୍ଜି ଉପସ୍ଥିତ ଥିଲେ। ୩ମହଲା ବିଶିଷ୍ଟ ସୋ’ରୁମ୍ରେ ସୁନା, ହୀରା, ରୁପା, ପ୍ଲାଟିନମ୍ର ଗହଣା ସହିତ ରାଡ଼ୋ, ଟିସଟ୍, ସିକୋ, ସିଟିଜେନ୍, ଏମ୍ପ୍ରିଓ ଆର୍ମାନି ଭଳି ନାମୀ ବ୍ରାଣ୍ଡର ହାତଘଣ୍ଟା ପ୍ରଭୃତି ଉପଲବ୍ଧ କରାଯାଇଛି।
ଗ୍ରାହକଙ୍କ ପାଇଁ ଏହି ସୋ’ରୁମ୍ ତରଫରୁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର୍ ରଖାଯାଇଛି। ଫଳରେ ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଭିଡ଼ ଓ ବେପାର ଜମିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡ଼ିଶାବାସୀଙ୍କ ଚାହିଦାକୁ ଆଖି ଆଗରେ ରଖି ଏଠାରେ ଅଳଙ୍କାର ଉପଲବ୍ଧ କରାଯାଇଛି। ବିଭିନ୍ନ ପ୍ରକାର ନୂତନ ଡିଜାଇନ୍ର ଆକର୍ଷଣୀୟ ଅଳଙ୍କାର ଏଠାରେ ରହିଛି। ଏହି ସୋ’ରୁମ୍ ଗ୍ରାହକଙ୍କ ଆଶା ପୂରଣ କରି ବେଶ୍ ଲୋକପ୍ରିୟତା ହାସଲ କରିବ ବୋଲି ନିର୍ଦ୍ଦେଶକମାନେ ଆଶା ରଖିଛନ୍ତି। ଏହି ସୋ’ରୁମ୍ରେ ଶହେ ପ୍ରତିଶତ ବିଆଇଏସ୍ ହଲ୍ମାର୍କ ସୁନା ଗହଣା ଓ ଶହେ ପ୍ରତିଶତ ଆଇଜିଆଇ ପ୍ରମାଣିତ ହୀରା ଗହଣା ରହିଛି। ସୋ’ରୁମ୍ର ଉଦ୍ଘାଟନ ପରିପ୍ରେକ୍ଷୀର ଗ୍ରାହକଙ୍କ ପାଇଁ ସୁନା ଗହଣା ଗଢ଼ା ମଜୁରି ଉପରେ ସିଧାସଳଖ ୩୦ପ୍ରତିଶତ ଏବଂ ହୀରା ଗହଣା ଉପରେ ୨୦ପ୍ରତିଶତ ଫ୍ଲାଟ୍ ରିହାତି ପ୍ରଦାନ କରାଯାଉଛି। ଏହା ବ୍ୟତୀତ ହାତଘଣ୍ଟା ଉପରେ ୨୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।
ବ୍ରହ୍ମପୁରରେ ଖିମ୍ଜି ଜୁଏଲର୍ସ ସୋ’ରୁମ୍
/sambad/media/post_attachments/wp-content/uploads/2017/10/IMG-20171006-WA0055.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)