ଭୁବନେଶ୍ୱର: ଚଳିତ ବର୍ଷ ସୁନାବେଶ ଉତ୍ସବ ପାଇଁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପରୁଣା ଅଳଙ୍କାରଗୁଡିକ ମରାମତି କରିବାର ଦାୟିତ୍ୱ ଖିମଜୀ ଜୁଏଲର୍ସକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଦ୍ୱାଦଶ ବର୍ଷ ଧରି ଖିମଜୀ ଜୁଏଲର୍ସକୁ ତିନି ଠାକୁରଙ୍କ ଅଳଙ୍କାରଗୁଡିକ ମରାମତି କରିବା କାର୍ଯ୍ୟ ପ୍ରଦାନ କରାଯାଉଛି। ଏଥିରେ ଖୁସି ବ୍ୟକ୍ତ କରି ଖିମଜୀ ଜୁଏଲର୍ସର ନିର୍ଦେଶକ ସୁମିତ୍ ଖିମ୍ଜୀ କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଏବଂ ଏହି କାର୍ଯ୍ୟ ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ବିଶ୍ବାସ ଆମ ଉପରେ ଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଛୁ ବୋଲି ଅନୁଭବ କରୁଛୁ। ଅଳଙ୍କାର ମରାମତି କାର୍ଯ୍ୟ ପାଇଁ ଖିମଜୀ ଜୁଏଲର୍ସ ତରଫରୁ ଉଚ୍ଚ ଶିକ୍ଷିତ ଏବଂ ଅଭିଜ୍ଞ ସୁନା କାରିଗରମାନଙ୍କ ଏକ ଟିମ୍ ଶ୍ରୀମନ୍ଦିର ପରିସରରେ ନିୟୋଜିତ ହୋଇଛନ୍ତି।
ଖିମ୍ଜୀକୁ ମହାପ୍ରଭୁଙ୍କ ପୁରୁଣା ଅଳଙ୍କାରର ମରାମତି ଦାୟିତ୍ବ
/sambad/media/post_attachments/wp-content/uploads/2021/07/khimiji.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)