ଖିମ୍‌ଜୀ ଜୁଏଲର୍ସର ରୁପା ତାରକସି ରାଖି

ଭୁବନେଶ୍ବର: ରାଖି ପୂର୍ଣ୍ଣିମା ପରିପ୍ରେକ୍ଷୀରେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ରୁପା ତାରକସୀ ରାଖି ଉନ୍ମୋଚନ କରାଯାଇଛି। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଦ୍ବାରା ଅନୁପ୍ରାଣିତ ସୂକ୍ଷ୍ମ କାରିଗର ସହ କଟକର ତାରକସି କଳା ଦ୍ବାରା ଏହି ରାଖିଗୁଡ଼ିକୁ ତିଆରି କରାଯାଇଛି। ଏହି ସମ୍ଭାରରେ ୧୦୦ରୁ ଅଧିକ ସ୍ବତନ୍ତ୍ର ତାରକସି ଡିଜାଇନ୍ ରହିଛି ଯାହାକୁ ଖିମ୍‌ଜୀର କାରିଗରମାନେ ଗ୍ରାହକମାନଙ୍କ ଲାଗି ନିଜ ହାତରେ ତିଆରି କରିଛନ୍ତି। ଏହି ସମ୍ଭାର ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ସୁମିତ ଖିମ୍‌ଜୀ କହିଛନ୍ତି ଯେ ରାଖି ପୂର୍ଣ୍ଣିମା ହେଉଛି ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ଭଲ ପାଇବା ଓ ଆବେଗର ‌ସଙ୍କେତ ଏବଂ ରାଖି ହେଉଛି ସେହି ପବିତ୍ର ସମ୍ପର୍କକୁ ଦୃଢ଼ କରିବାର ସୁରକ୍ଷା ବନ୍ଧନ।

ସେହି ଉତ୍ସବକୁ ପାଳନ କରିବା ଲାଗି ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ରୁପା ରାଖିର ତାରକସି ଡିଜାଇନ୍ ସମ୍ଭାରକୁ ଉପସ୍ଥାପନ କରାଯାଇଚି ଯେଉଁଥିରେ କେବଳ ଭାଇ ଓ ଭଉଣୀର ଭଲ ପାଇବା ନୁହେଁ ବରଂ ଓଡ଼ିଶାର ସାଂସ୍କୃତିକ ପରମ୍ପରା ପ୍ରତିଫଳିତ ହେଉଛି। ଏହି ରାଖିଗୁଡ଼ିକର ଦାମ୍ ୨୦୦ ଟଙ୍କାରୁ ୨୦୦୦ ଟଙ୍କା ମଧ୍ୟରେ ରହିଛି। ସବୁ ବୟସ ବର୍ଗଙ୍କ ପାଇଁ ରଖି, ବ୍ରେସ୍‌ଲେଟ୍ ଓ ଥ୍ରେଡ୍‌ ବ୍ୟାଣ୍ଡ୍‌ ରହିଛି। ରୁପା ବ୍ୟତୀତ ଖିମ୍‌ଜୀରେ ସୁନା ରାଖି ମଧ୍ୟ ବିକ୍ରି ହେଉଛି। ନିକଟରେ ଖିମ୍‌ଜୀ ପକ୍ଷରୁ ଏଣ୍ଡ୍ ଅଫ୍ ସିଜନ୍ ସେଲ୍ ଘୋଷଣା କରାଯାଇଥିଲା ଯେଉଁଥିରେ ସୁନା ଅଳଙ୍କାର ଗଢ଼ା ମୂଲ୍ୟରେ ୭୦% ପର୍ଯ୍ୟନ୍ତ, ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ଓ ରୁପା ସାମଗ୍ରୀ ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫% ଓ ରୁପା ଏମ୍‌ଆର୍‌ପି ଉପ‌ରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର