ଭୁବନେଶ୍ବର: ଦେଶର ଲୋକପ୍ରିୟ ଫୁଟବଲ୍ ଲିଗ୍ ଇଣ୍ଡିଆ ସୁପର ଲିଗ୍ (ଆଇଏସ୍ଏଲ୍) ୨୦୨୦ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଆଇଏସ୍ଏଲ୍ ଟିମ୍ ଓଡ଼ିଶା ଏଫ୍ସି ସହିତ ଯୋଡ଼ି ହୋଇଛି ଓଡ଼ିଶାର ସବୁଠୁ ବିଶ୍ବାସଯୋଗ୍ୟ ଗହଣା ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ। ଓଡ଼ିଶା ଏଫ୍ସି ଟିମ୍ର ଜର୍ସିରେ ଖିମ୍ଜୀ ଲୋଗୋ ସ୍ଥାନ ପାଇଛି। ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଓଡ଼ିଶା ଏଫ୍ସିର ଅଫିସିଆଲ୍ ସହଯୋଗୀ ହୋଇଥିବାରୁ ଆମେ ବହୁତ ଖୁସି। ଆଇଏସ୍ଏଲ୍ର ପ୍ରାରମ୍ଭିକ ଋତୁରେ ଓଡ଼ିଶା ଏଫ୍ସିର ପ୍ରଦର୍ଶନ ଚମତ୍କାର ରହିଥିଲା ଏବଂ ଚଳିତ ଋତୁରେ ମଧ୍ୟ ଆମେ ଅଧିକ ଚମକପ୍ରଦ ପ୍ରଦର୍ଶନ ଆଶା କରୁଛୁ। ଖିମ୍ଜୀ ଜୁଏଲର୍ସ ଏକ ବହୁ ପୁରାତନ ବ୍ୟାବସାୟିକ ସଂସ୍ଥା ଭାବେ ଏହି ସହଯୋଗିତା ସ୍ଥାପନ କରିବା ନିଜର ଦାୟିତ୍ବ ବୋଲି ଭାବିଛି। ରାଜ୍ୟର ବିଭିନ୍ନ ପ୍ରତିଭା ଓ ଦକ୍ଷତାକୁ ଉତ୍ସାହିତ କରିବା ଲାଗି ଆଗାମୀ ଦିନରେ ଏହିଭଳି ଧରଣର ସହଯୋଗିତା ସ୍ଥାପନ କରିବାକୁ ଆମେ ଚାହି ରହିଛୁ ବୋଲି ଶ୍ରୀ ଖିମ୍ଜୀ କହିଛନ୍ତି। ଓଡ଼ିଶାର ଅନ୍ୟତମ ବୃହତ କର୍ପୋରେଟ୍ ସଂସ୍ଥା ଖିମ୍ଜୀ ଓଡ଼ିଶା ଏଫ୍ସି ସହିତ ଯୋଡ଼ି ହୋଇଥିବାରୁ ରାଜ୍ୟ ପ୍ୟାନେଲ୍ ଫୁଟବଲ୍ ରେଫରି ତଥା ବିଶିଷ୍ଟ କ୍ରୀଡ଼ା ସ୍ତମ୍ଭକାର ନିର୍ମଳ ମିଶ୍ର ଆନନ୍ଦ ପ୍ରକଟ କରିଛି। ଓଡ଼ିଶା ଏଫ୍ସି ପରିବାରକୁ ବିଶ୍ବାସନୀୟ ଗହଣା ବ୍ରାଣ୍ଡ୍ ଖିମ୍ଜୀ ଜୁଏଲର୍ସକୁ ଆମନ୍ତ୍ରଣ କରି ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି କ୍ଲବ୍ର ସଭାପତି ରୋହନ ଶର୍ମା କହିଛନ୍ତି।
ଓଡ଼ିଶା ଏଫ୍ସି ସହ ଯୋଡ଼ିହେଲା ଖିମ୍ଜୀ
/sambad/media/post_attachments/wp-content/uploads/2020/11/fg65jh4dg4j98dgj798dgj.jpg)