ଖିମ୍‌ଜୀରେ ‘ଧନ ବର୍ଷା’ ଅଫର୍‌

ଭୁବନେଶ୍ୱର: ଚଳିତବର୍ଷ ଧନତେରସ୍‌ ଉପଲକ୍ଷେ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ‘ଧନ ବର୍ଷା’ ନାମରେ ଏକ ଅଫର ଆରମ୍ଭ କରାଯାଇଛି। ଏହି ଅଫର୍‌ରେ ସୁନା ଗହଣାର ମୋଟ ମୂଲ୍ୟ ଉପରେ ୫.୪ ପ୍ରତିଶତ ଛାଡ଼ ବ୍ୟବସ୍ଥା କରାଯାଇଛି। ଏଥିସହିତ ହୀରା ଗହଣା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼, ରୁପା ଗହଣା ଉପରେ ୧୦ ପ୍ରତିଶତ ରିହାତି ଏବଂ ବିଳାସପୂର୍ଣ୍ଣ ହାତଘଣ୍ଟା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି। ସେହିଭଳି ରୁପା ଗହଣାର ଗଢ଼ା ମଜୁରି ଉପରେ ୫୦ ପ୍ରତିଶତ ଛାଡ଼ ରହିଥିବାବେଳେ ଫେସନ ଜୁଏଲାରି ଉପରେ ୨୦ ପ୍ରତିଶତ ଛାଡ଼ ରହିଛି। ଏହି ଅଫର୍‌ ଚଳିତମାସ ୧୧ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ଭୁବନେଶ୍ୱରର ଜନପଥ, ଚନ୍ଦ୍ରଶେଖରପୁର ଓ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖିମ୍‌ଜୀର ସୋ’ରୁମ୍‌ ଥିବାବେଳେ କଟକର କ୍ୟାଣ୍ଟନମେଣ୍ଟ ରୋଡ୍‌, ରାଉରକେଲାର କେଶରୀ ଭବନ ଓ ବ୍ରହ୍ମପୁରର ସାନବଜାରରେ ସୋ’ରୁମ୍‌ ରହିଛି।

ସମ୍ବନ୍ଧିତ ଖବର