ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ଖିମଜୀ ଜୁଏଲର୍ସରେ ‘ଶ୍ରୀ ଜଗନ୍ନାଥଙ୍କ ଶୁଦ୍ଧ ରୁପା ମୁଦ୍ରାର ସୀମିତ ସଂଗ୍ରହ’ ଶୁଭାରାମ୍ଭ ହୋଇଛି। ଏହି ୨୦ ଗ୍ରାମ ବିଶିଷ୍ଟ ରୁପା ମୁଦ୍ରାଗୁଡ଼ିକରେ ଗୋଟିଏ ପାର୍ଶ୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ରଣ ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ଶ୍ରୀ ମନ୍ଦିରର ଚିତ୍ର ରହିଛି । ଖିମଜୀର ସମସ୍ତ ଷ୍ଟୋରରେ ଏହି ମୁଦ୍ରା ଗୁଡ଼ିକ ଉପଲବ୍ଧ ରହିବ। ଏ ସଂପର୍କରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, ଆମେ ଚାହୁଁ ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱତନ୍ତ୍ର ଶୁଦ୍ଧ ରୁପା ମୁଦ୍ରା ରଥଯାତ୍ରାର ଉତ୍ସାହ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ଶ୍ରଦ୍ଧାର ଏକ ସ୍ମରଣୀୟ ସଂଗ୍ରହ ଭାବରେ ରହିଯାଉ। ଖିମଜୀ ଜୁଏଲର୍ସର ‘ବୈକୁଣ୍ଠ ସଂଗ୍ରହ’ରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୨ଟି ଅନନ୍ତ ରୂପକୁ ଶୁଦ୍ଧ ସୁନା ପେଣ୍ଡେଣ୍ଟ୍ରେ ଚିତ୍ରଣ କରାଯାଇଛି।
ଖିମଜୀର ‘ଶ୍ରୀ ଜଗନ୍ନାଥଙ୍କ ଶୁଦ୍ଧ ରୁପା ମୁଦ୍ରାର ସୀମିତ ସଂଗ୍ରହ’
/sambad/media/post_attachments/wp-content/uploads/2022/07/gdjdjjjgdjdg5j4gd65j4g65jd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)