ନୂଆଦିଲ୍ଲୀ:  ଲୋକପ୍ରିୟ କାର କମ୍ପାନି କିଆ ପକ୍ଷରୁ ଏକ ନୂଆ ଇଲେକ୍ଟ୍ରିକ୍ ଏସୟୁଭି ଲଞ୍ଚ୍ ହେବାକୁ ଯାଉଛି। ଏହାର ନାଁ ରହିଛି କିଆ ଇଭି-୩ । ଏହା ଥରେ ଚାର୍ଜ କଲେ ପ୍ରାୟ ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ବର୍ତ୍ତମାନ ଏହାକୁ ଅନ୍ତର୍ଜାତୀୟ ବଜାରରେ ପ୍ରଦର୍ଶନ କରାଯାଇଛି ଓ ଖୁବଶୀଘ୍ର ଏହାକୁ କେତେକ ବିଦେଶୀ ବଜାରରେ ଲଞ୍ଚ୍ କରାଯାଇପାରେ ।

Advertisment

ଏହା ପୂର୍ବରୁ କିଆର ଇଭି୯, ଇଭି୬ ଓ ଇଭି୫ ଭଳି ଇଲେକ୍ଟ୍ରିକ୍ ମଡେଲ ରହିଛି । ଏବେ ଏଥିରେ ଇଭି୩ ଯୋଡ଼ି ହୋଇଯାଇଛି । କମ୍ପାନୀ ଏହାକୁ ଇ-ଜିଏମପି ମଡ୍ୟୁଲାର ପ୍ଲାଟଫର୍ମରେ ପ୍ରସ୍ତୁତ କରିଛି । ଏଥିରେ ରହିଛି ୮୧.୪ କିଲୋଓ୍ବାଟ୍ ବ୍ୟାଟେରି ରହିଛି । କମ୍ପାନୀ ଦାବି କରିଛି ଯେ ଏହାକୁ ଥରେ ଚାର୍ଜ କଲେ ୬୦୦ କିଲୋମିଟର ପର୍ଯ୍ୟନ୍ତ ଆରାମରେ ଚାଲିପାରିବ ।  ତେବେ ଏହାର ଏକ ୫୮.୩ କିଲୋଓ୍ବାଟ୍ ବ୍ୟାଟେରି ବିଶିଷ୍ଟ ମଡେଲ ରହିଛି । ଏହାର ମାଇଲେଜ୍ ରହିବ ୪୧୦ କିଲୋମିଟର ।

୨୦୨୪ ଜୁଲାଇ ସୁଦ୍ଧା କୋରିଆ ବଜାରରେ ଲଞ୍ଚ ହେବ କିଆ କାର । ଏହାପରେ ଏହା ୟୁରୋପରେ ପ୍ରବେଶ କରିବ। ଆସନ୍ତା ବର୍ଷ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରାଯିବ। ଏହା ମଧ୍ୟ କମ୍ପାନୀର ନୂଆ ଏଣ୍ଟ୍ରି ଲେଭେଲ କାର ହେବ । ଏହାର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହୋଇପାରେ ।