କିଆ ସେଲ୍‌ଟସ୍‌ର ଉତ୍ପାଦନ ଆରମ୍ଭ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଠାରେ କିଆ ସ୍ଥାପନ କରିଥିବା କାରଖାନାରୁ ଏହାର ନୂଆ ଏସ୍‌ୟୁଭି ସେଲ୍‌ଟସ୍‌ର ଉତ୍ପାଦନ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ପ୍ରକାର ରାସ୍ତାରେ ପ୍ରାୟ ୨୦ ଲକ୍ଷ କିମି ପର୍ଯ୍ୟନ୍ତ ସେଲ୍‌ଟସ୍‌କୁ ଚଲାଇ ପରୀକ୍ଷଣ କରାଯାଇଛି। ଏହି ଅବସରରେ କଂପାନିର ଏମ୍‌ଡି ଓ ସିଇଓ କୁକ୍‌ହୁନ୍ ସିମ୍ କହିଛନ୍ତି ଯେ, ପ୍ରଥମ ସେଲ୍‌ଟସ୍‌ ଉତ୍ପାଦନ ହେଉଛି ଏହି କାରଖାନାର କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ। ଆନ୍ଧ୍ର ସରକାରଙ୍କ ସହଯୋଗ ଯୋଗୁ ଆମେ ଠିକ୍ ସମୟରେ ଉତ୍ପାଦନ ଆରମ୍ଭ କରିପାରିଛୁ ବୋଲି ସେ କହିଛନ୍ତି। ସେଲ୍‌ଟସ୍‌ ଅଗଷ୍ଟରୁ ଉପଲବ୍ଧ ହେବାକୁ ଯାଉଛି। ସାରା ଦେଶରେ ଥିବା ୧୬୦ଟି ସୋ’ରୁମ୍‌ରେ ଏହା ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର