ଭୁବନେଶ୍ବର: ସେଣ୍ଟ୍ରାଲ୍‌ କିଆ ସୋ’ରୁମ୍‌ରେ କିଆ ଇଣ୍ଡିଆ ଲିମିଟେଡ୍‌ର ନୂଆ କାରେନ୍ସ କ୍ଲାସିକ୍ ଇଭି ଉନ୍ମୋଚନ କରାଯାଇଛି। ଏହି ଅବସରରେ ଅତିଥି ଭାବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍‌ ନିଶାନ୍ତ ଯୋଗଦେଇଥିଲେ। ସେଣ୍ଟ୍ରାଲ୍‌ କିଆର ପରିଚାଳନା ନିର୍ଦେଶକ ବିଶାଲ୍ ଧୱନ୍, କିଆ ଇଣ୍ଡିଆର ଏରିଆ ମ୍ୟାନେଜେର ହେମନ୍ତ ମିଶ୍ର ଓ ସେଲ୍‌ସର ମହାପ୍ରବନ୍ଧକ ପ୍ରଶାନ୍ତ ବେହାରା ଉପସ୍ଥିତ ଥିଲେ। ଏହାର ବାହ୍ୟ ଆକୃତି ଏକ ଶକ୍ତିଶାଳୀ ଉପସ୍ଥିତିକୁ ଦର୍ଶାଉଥିବା ବେଳେ ଆଭ୍ୟନ୍ତରୀଣ ଡିଜାଇନ୍ କିଆ କାର୍ଣିଭାଲ୍‌ରୁ ଅନୁପ୍ରାଣିତ ହୋଇଛି। 

Advertisment

ଏଥିରେ ୨୦ ସ୍ବୟଂକ୍ରିୟ ସୁବିଧା, ଡୁଆଲ୍ ପାନୋରାମିକ୍ ଡିସ୍‌ପ୍ଲେ ପ୍ୟାନେଲ୍‌, ଆଡାପ୍‌ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍‌, ରାସ୍ତାରେ ଲେନ୍‌ରେ ରହିବାରେ ସହାୟକ ହେବା, ଦୁର୍ଘଟଣା ଏଡାଇବା ଭଳି ସୁବିଧା ଏଥିରେ ରହିଛି। ୭ ସିଟ୍‌ ବିଶିଷ୍ଟ କାରେନ୍ସ କ୍ଲାସିକ୍ ଇଭିରେ ଦୁଇ ପ୍ରକାର ବ୍ୟାଟେରି ରହୁଛି। ୪୨ କେଡବ୍ଲୁଏଚ୍‌ ବ୍ୟାଟେରିକୁ ଥରେ ଚାର୍ଜ କଲେ ୪୦୪ କିମି ଏବଂ ୫୧.୪ କେଡବ୍ଲୁଏଚ୍‌ ବ୍ୟାଟେରିକୁ ଥରେ ଚାର୍ଜ କଲେ ୪୯୦ କିମି ଯାତ୍ରା କରିହେବ।  ମାତ୍ର ୩୯ ମିନିଟ୍‌ରେ ଗାଡ଼ି ୧୦-୮୦ ପ୍ରତିଶତ ଚାର୍ଜ ହୋଇଯିବ। ସେଣ୍ଟ୍ରାଲ୍‌ କିଆରେ ଏହା ଟେଷ୍ଟ୍‌ ଡ୍ରାଇଭ୍ ପାଇଁ ଉପଲବ୍ଧ ରହିଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧୪,୯୯,୦୦୦ ଟଙ୍କାରୁ ଆରମ୍ଭ ହୋଇଛି।