ପୁଣି ଫେରିବ କିମ୍ଭୋ ଆପ୍‌, ଏହା ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ଯୋଗଗୁରୁ ବାବା ରାମଦେବ ‘ସ୍ୱଦେଶୀ ହ୍ଵାଟସ୍‌ଆପ୍‌ କିମ୍ଭୋ ଆପ୍‌’କୁ ପୁଣି ଥରେ ରି-ଲଞ୍ଚ କରିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, କିମ୍ଭୋ ଆପ୍‌ ଗତ ମାସରେ ଲଞ୍ଚ କରାଯାଇଥିଲା। ଏହି ଆପ୍‌କୁ ନେଇ ହୋଇଥିବା ଅସୁବିଧା, ତ୍ରୁଟି ଓ ବିବାଦ ହେତୁ ପତଞ୍ଜଳି ଗୁଗଲ ପ୍ଲେ ଷ୍ଟାରରୁ ଏହାକୁ ହଟାଇ ଦେଇଥିଲା। ଖରାପ ଇଣ୍ଟରଫେସ୍‌ ଓ ସିକ୍ୟୁରିଟିରେ ତ୍ରୁଟି ନେଇ ଏହି ଆପ୍‌କୁ ନେଇ ସମାଲୋଚନା ହୋଇଥିଲା। କେବଳ ଏତିକି ନୁହେଁ ଆପ୍‌କୁ ଡାଉନ୍‌ଲୋଡ କରିବା ପରେ ଫୋନ୍‌ ବହୁତ ହ୍ୟାଙ୍ଗ ହେଉଥିବା ଭଳି ଅଭିଯୋଗ ବି ହୋଇଥିଲା।

ଆଚାର୍ଯ୍ୟ ବାଲକୃଷ୍ଣଙ୍କ କହିବାନୁସାରେ, ଆମେ ସେପର୍ଯ୍ୟନ୍ତ ଏହି ଆପ୍‌କୁ ଲଞ୍ଚ କରିବୁ ନାହିଁ, ଯେ ପର୍ଯ୍ୟନ୍ତ ସିକ୍ୟୁରିଟି ସ୍ପେସାଲିଷ୍ଟ ଓ ହ୍ୟାକର୍ସର ଏକ ଏକ୍ସପର୍ଟ ଟିମ୍‌ ସିକ୍ୟୁରିଟି ଓ ପ୍ରାଇଭେସି ସହିତ ଜଡ଼ିତ ସମସ୍ତ ତ୍ରୁଟିକୁ ସୁଧାରି ନଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି କିମ୍ବୋ ଆପ୍‌ ଯାହାକି ଅନ୍ୟ ମେସେଜିଂ ଆପ୍‌କୁ ଯେମିତିକି ଇମୋ ଓ ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବ ବୋଲି କମ୍ପାନି ଦାବି କରିଥିଲା। ଏହି ଆପ୍‌କୁ ନେଇ ବାବା ରାମଦେବ କୌଣସି ପ୍ରତିକ୍ରିୟା ଏଯାବତ୍‌ ରଖି ନାହାନ୍ତି।

‘କିମ୍ଭୋ’ ଆପ୍‌କୁ ଗୁୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନ୍‌ଲୋଡ କରିହେବ ବୋଲି କୁହାଯାଇଥିଲା। ଏହି ଆପ୍‌କୁ ମଇ ୩୦ ତାରିଖରେ ଅପଡେଟ କରାଯାଇଥିଲା। ଏହାର ଫିଚର ହ୍ଵାଟସ୍‌ଆପ୍‌ ଭଳି ଭିଡିଓ କଲିଂ ବ୍ୟତୀତ ବ୍ୟବହାରକାରୀ ଚାଟିଂ, ମେସେଜ, ଭିଡିଓ, ଫଟୋ ଓ ଅଡିଓ କ୍ଲିପ୍‌ ସାଙ୍ଗସାଥୀଙ୍କ ସହିତ ସେୟାର କରି ପାରିବେ। ଏହି ଆପ୍‌ରେ ଲୋକେସନ୍‌ ବି ସେୟାର କରାଯାଇ ପାରିବ।

ସମ୍ବନ୍ଧିତ ଖବର