ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ (ଆର୍ଆର୍ଭିଏଲ୍) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ଅଗ୍ରଣୀ ପୁଞ୍ଜିନିବେଶ ସଂସ୍ଥା କେକେଆର୍ ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ରେ ୫,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ।
ରିଲାଏନ୍ସ ରିଟେଲ୍ ଲିିମଟେଡ୍ ହେଉଛି ଆର୍ଆର୍ଭିଏଲ୍ର ଏକ ସହଯୋଗୀ ସଂସ୍ଥା, ଯାହାର ସାରା ଭାରତରେ ୧୨,୦୦୦ରୁ ଅଧିକ ବିଭିନ୍ନ ପ୍ରକାରର ଷ୍ଟୋର୍ ରହିଛି ଏବଂ ସେହି ସବୁ ଷ୍ଟୋର୍ରେ ୬୪ କୋଟିରୁ ଅଧିକ ଲୋକ ପ୍ରବେଶ କରୁଛନ୍ତି । ଭାରତୀୟ ସମାଜକୁ ଲାଭ ପହଂଚାଇବା ଲାଗି ଏହା ଲକ୍ଷ ଲକ୍ଷ ଚାଷୀ, ଏମ୍ଏସ୍ଏମ୍ଇକୁ ସଶକ୍ତ କରୁଥିବା ବେଳେ ଅନେକ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଡ଼ି ହୋଇଛି ଏବଂ ନିୟୁତାଧିକ ଭାରତୀୟଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଏବଂ ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ କମର୍ସ ରଣନୀତିରେ ଅଣସଂଗଠିତ କ୍ଷେତ୍ରର ବ୍ୟବସାୟୀମାନଙ୍କୁୂ ଏହା ଡିଜିଟାଇଜ୍ କରୁଥିବା ବେଳେ ଖୁବ୍ଶୀଘ୍ର ୨୦ ନିୟୁତରୁ ଅଧିକ ବ୍ୟବସାୟୀଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନେ ପ୍ରଯୁକ୍ତି ଓ ଦକ୍ଷ ଯୋଗାଣ ଶୃଙ୍ଖଳର ଲାଭ ପାଇପାରିବା ସହ ନିଜର ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିପାରିବେ।
/sambad/media/post_attachments/wp-content/uploads/2020/09/download-1-9.jpg)
Business Standard
ଏ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହନ୍ତି, “ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଭାରତୀୟ ରିଟେଲ୍ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ଏବଂ ପରିବର୍ତନ ଆଣିବା ଲାଗି ଆମେ ଅଗ୍ରସର ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଭେଂଚର୍ସର ଏକ ନିବେଶକ ଭାବେ କେକେଆର୍କୁ ସ୍ୱାଗତ କରିଥିବାରୁ ମୁଁ ବେଶ୍ ଆନନ୍ଦିତ । ବିଭିନ୍ନ ଶିଳ୍ପକ୍ଷେତ୍ରର ଅଗ୍ରଣୀ ଫ୍ରାଂଚାଇଜିଗୁଡିକର ମୂଲ୍ୟବାନ ସହଯୋଗୀ ଭାବରେ କେକେଆର୍ର ପ୍ରମାଣିତ ଟ୍ରାକ୍ ରେକର୍ଡ ରହିଛି ଏବଂ ଅନେକ ବର୍ଷ ହେଲାଣି ଏହା ଭାରତ ପ୍ରତି ପ୍ରତିବଦ୍ଧ ରହିଛି । ଆମର ଡିଜିଟାଲ୍ ସେବା ଓ ରିଟେଲ୍ ବ୍ୟବସାୟରେ କେକେଆର୍ର ଗ୍ଲୋବାଲ୍ ପ୍ଲାଟଫର୍ମ, ଶିଳ୍ପ ସମ୍ପର୍କିତ ଜ୍ଞାନ ଏବଂ ପରିଚାଳନା ଅଭିଜ୍ଞତା ସହଯୋଗରେ କାର୍ଯ୍ୟ କରିବାକୁ ଆମେ ଆଶା ରଖିଛୁ।’’