କେଏଲ୍‌ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସର୍ଭେ

ବିଜୟୱାଡା : ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନଧାରଣ ସ୍ଥିତିକୁ ବୁଝିବା ଏବଂ ଆଇନକୁ ନେଇ ସଚେତନତା ବଢ଼ାଇବା ଲାଗି କେଏଲ୍ ଡିମ୍‌ଡ-ଟୁ-ବି ବିଶ୍ବବିଦ୍ୟାଳୟ ପକ୍ଷରୁ ଏପି ଲିଗାଲ୍‌ ସର୍ଭିସେସ୍ ଅଥରିଟିଙ୍କ ସହଯୋଗରେ ତିନିଟି ଗ୍ରାମକୁ ନେଇ ଦୁଇ ଦିନିଆ ସର୍ଭେ କରାଯାଇଥିଲା।

ବିଶ୍ବବିଦ୍ୟାଳୟର ଆନ୍ଧ୍ରପ୍ରଦେଶର ବଦେଶ୍ବରମରେ ଥିବା କେଏଲ୍‌ କଲେଜ୍ ଅଫ୍ ଲ’ର ବିବିଏ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ବି ପାଠ୍ୟକ୍ରମର ୧୦୦ ଜଣ ଛାତ୍ରଛାତ୍ରୀ ଏହି ସର୍ଭେରେ ଭାଗ ନେଇ ୮୦୦ ନାଗରିକଙ୍କ ନିକଟରେ ପହଞ୍ଚିଥିଲେ। ଲୋକମାନଙ୍କ ଘର ଘର ବୁଲି ସର୍ଭେ କରିବା ପରେ ୨୩୦ ପ୍ରକାର ଆହ୍ବାନ ବିଷୟରେ ଜଣାପଡ଼ିଥିଲା। ଏହି ସର୍ଭେ ସମ୍ପର୍କରେ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ପି ପାର୍ଧସାରଧୀ ବର୍ମା କହିଛନ୍ତି ଯେ ଆମେ ବହୁତ ଖୁସି ଯେ ଆଇନ ଛାତ୍ରଛାତ୍ରୀମାନେ ସାମାଜିକ ଉଦ୍ୟୋଗୀ ହୋଇ ତୃଣମୂଳ ସ୍ତରରେ ସମସ୍ୟାକୁ ସମାଧାନ କରିଛନ୍ତି। ସେମାନଙ୍କ ଦ୍ବାରା ଆୟୋଜନ କରାଯାଇଥିବା ଆଇନ ସାକ୍ଷରତା ଶିବିର ନିଶ୍ଚିତ ରୂପେ ଲୋକମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନ କରିଥିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର