ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ୍‌ ଦୁନିଆରେ କାର୍ଡଲେସ୍‌ ଓ କ୍ୟାସ୍‌ଲେସ୍‌ପେମେଣ୍ଟ ଉପରେ ଲୋକେ ବେଶି ନିର୍ଭର ହେଉଛନ୍ତି ଏବଂ ପ୍ରାୟ ପ୍ରତ୍ୟେକ ଲୋକ ପସନ୍ଦ ବି କରୁଛନ୍ତି । ହେଲେ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କାର୍ଡ ଉପରେ ଅଧିକ ଭରସା କରୁଛନ୍ତି। ଏଟିଏମ୍‌ ମେସିନ୍‌ରେ କାର୍ଡଟି ଭର୍ତ୍ତି କରିବା ମାତ୍ରକେ ଅଳ୍ପ କିଛି ସମୟ ଭିତରେ ଟଙ୍କା ଉଠିଯାଏ ଏବଂ ଜମ‌ା ମଧ୍ୟ ହୋଇଯାଏ। ଏଥିପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ନଥାଏ। ଭାରତରେ ତିନି ପ୍ରକାରର ଏଟିଏମ୍‌ ଡେବିଟ୍‌ କାର୍ଡ ପ୍ରଚଳିତ। ରୁପେ, ଭିସା ଓ ମାଷ୍ଟର୍‌ କାର୍ଡ। ଟଙ୍କା ଉଠାଣ ତଥା ଜମା ପାଇଁ ଆମେ ମୁଖ୍ୟତଃ ଏହାକୁ ବ୍ୟବହାର କରିଥାଉ। କିଛି ଲୋକ ସହଜ ସୁବିଧା ପେମେଣ୍ଟ ପାଇଁ ଯେକୌଣସି ସ୍ଥାନରୁ ଡେବିଟ୍‌ କାର୍ଡର ବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଡେବିଟ୍‌ କାର୍ଡ ବିଷୟରେ...

Advertisment

ଡେବିଟ୍‌ କାର୍ଡ କ’ଣ?

୨୦୧୨ ମସିହା ମାର୍ଚ୍ଚ ମାସରେ ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ବାରା ରୁପେ କାର୍ଡ ଲଞ୍ଚ୍‌ ହୋଇଥିଲା। ଦେଶରେ ସୁଲଭ ଆର୍ଥିକ କାରବାର ପାଇଁ ସରକାରଙ୍କ ତରଫରୁ ଏହା ଏକ ଉପଯୋଗୀ ବ୍ୟବସ୍ଥା ଥିଲା, ଯାହାକୁ ଆମେ ‘ପ୍ଲାଷ୍ଟିକ୍‌ ମନି’ ବୋଲି କହିଥାଉ। ରୁପେ କାର୍ଡ ହେଉଛି ଦେଶୀୟ କାର୍ଡ ଅର୍ଥାତ୍‌ ଏହାକୁ ଦେଶ ଭିତରେ ଯେକୌଣସି ସ୍ଥାନରେ ବ୍ୟବହାର କରିହେବ। ଏହାପରେ ବିଦେଶରେ ସୁଲଭ ପେମେଣ୍ଟ ପାଇଁ ଭିସା, ମାଷ୍ଟରକାର୍ଡ ଭଳି କାର୍ଡର ପ୍ରଚଳନ ଆରମ୍ଭ ହେଲା। 

ରୁପେ କାର୍ଡ:

ରୁପେ କାର୍ଡ ହେଉଛି ଭାରତୀୟ ଘରୋଇ କାର୍ଡ ଯାହାକି ଏନ୍‌ପିସିଆଇ ଦ୍ବାରା ପ୍ରସ୍ତୁତ ହୋଇଥିଲା। ଭାରତୀୟ ବଜାରରେ ଭିସା ଓ ମାଷ୍ଟର୍‌ କାର୍ଡ ଦ୍ବାରା ବିଦେଶୀ କମ୍ପାନିର ଏକଚାଟିଆ କାରବାରକୁ ରୋକିବା ଲାଗି ରୁପେ କାର୍ଡ ବଜାରକୁ ଆସିଥିଲା। କାରଣ ରୁପେ କାର୍ଡଠାରୁ ଭିସା ଓ ମାଷ୍ଟର୍‌ କାର୍ଡର ଟ୍ରାଞ୍ଜାକ୍‌ସନ୍‌ ଚାର୍ଜ ଅଧିକ ଥିଲା। ରୁପେ କାର୍ଡରେ ପ୍ରତ୍ୟେକ ବ୍ୟାଙ୍କ ତଥା ଆର୍ଥିକ କାରବାର ସଂସ୍ଥାର ପେମେଣ୍ଟ ସହଜରେ ହୋଇଯାଇଥାଏ। ଏଣୁ ରୁପେ କାର୍ଡକୁ ଭାରତୀୟ ପେମେଣ୍ଟର ଗେଟ୍‌ୱେ ବୋଲି କୁହାଯାଏ।  ବର୍ତ୍ତମାନ ଷ୍ଟେଟ୍‌ବ୍ୟାଙ୍କ ପରି ପ୍ରତ୍ୟେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ‌ରୁପେ କାର୍ଡ ଯୋଗାଇ ଦେଉଛନ୍ତି। ଏବେ ରୁପେ କାର୍ଡରେ ଦ୍ରୁତତମ ଅଧିକ କାରବାର ପାଇଁ ଉଚ୍ଚମାନର ପ୍ରଯୁକ୍ତି ବ୍ୟବହାର କରି ଇଏମ୍‌ଭି (ୟୁରୋପେ, ମାଷ୍ଟର୍‌କାର୍ଡ ଓ ଭିସା) ଚିପ୍‌ ଉପଲବ୍ଧ କରାଇଲାଣି।  ଏକ ମାଇକ୍ରୋପ୍ରୋସେସର୍‌ ସର୍କିଟ ମଧ୍ୟ ଏଥିରେ ସଂଯୋଗ କରାଯାଇଛି, ଯାହାକି କାର୍ଡଧାରୀଙ୍କ ବିଷୟରେ ସବିଶେଷ ସୂଚନା ରଖିଥାଏ।

ଭିସା ଓ ମାଷ୍ଟର୍‌ କାର୍ଡ:

ଭିସା ଓ ମାଷ୍ଟର୍‌ କାର୍ଡ ହେଉଛନ୍ତି ବିଦେଶୀ ପେମେଣ୍ଟର ଏକ ମାଧ୍ୟମ। ଏହା ମାଧ୍ୟମରେ ଆପଣ ବିଦେଶରେ ଥିବା ଯେକୌଣସି ବ୍ୟାଙ୍କ ସହିତ କାରବାର କରିପାରିବେ। ଭିସା ଓ ମାଷ୍ଟର କାର୍ଡ ଭିତରେ ବିଶେଷ କିଛି ଫରକ ନାହିଁ। ଏହା  ଉଭୟ ଏଟିଏମ୍‌ କାର୍ଟ ଏବଂ ଏମାନଙ୍କର କାର୍ଯ୍ୟ ବି ସମାନ। 

ହେଲେ ଭିସା କିମ୍ବା ମାଷ୍ଟର୍‌କାର୍ଡ କାହାକୁ କୌଣସି କ୍ରେଡିଟ୍‌ କାର୍ଡ ପ୍ରଦାନ କରନ୍ତି ନାହିଁ। ଏଗୁଡ଼ିକ କେବଳ ଦେୟ ପାଇଁ ଉଦ୍ଦିଷ୍ଟ। ପେମେଣ୍ଟ ପଦ୍ଧତି ବ୍ୟବହାର କରିKnow about Debit Card:  କ୍ରେଡିଟ କାର୍ଡ ଦେବା ପାଇଁ ଭିସା କିମ୍ବା ମାଷ୍ଟର୍‌ କାର୍ଡ ବିଭିନ୍ନ ଦେଶର ବ୍ୟାଙ୍କ ଉପରେ ନିର୍ଭର କରନ୍ତି। ତେଣୁ, ସୁଧ ହାର, ରିୱାର୍ଡ, ବାର୍ଷିକ ଶୁଳ୍କ ଓ ଅନ୍ୟାନ୍ୟ ସମସ୍ତ ଦେୟ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଇଥାଏ ଏବଂ ଯେତେବେଳେ ଆପଣ ଆପଣଙ୍କର ବିଲ୍‌ ପୈଠ କରିବେ, ସେତେବେଳେ ଆପଣ ଆପଣଙ୍କର ଭିସା କିମ୍ବା ମାଷ୍ଟରକାର୍ଡ ପ୍ରଦାନ କରୁଥିବା ବ୍ୟାଙ୍କ କିମ୍ବା ଅନୁଷ୍ଠାନକୁ ଦେବାକୁ ପଡ଼ିବ।

ତେବେ ଡେବିଟ୍‌ କାର୍ଡରେ ଯଦି ଆପଣ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ଆକ୍ଟିଭେଟ୍‌ କରିବେ ତେବେ ଏହା ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଲିମିଟ୍‌ ପ୍ରଦାନ କରିବ ଏବଂ ଯାହାକୁ ଆପଣ ଗୋଟିଏ କାରବାରରେ କିମ୍ବା ଗୋଟିଏ ଦିନ ମଧ୍ୟରେ ଖର୍ଚ୍ଚ କରିପାରିବେ। ଏହି ଲିମିଟ୍‌ ଆପଣଙ୍କୁ ଆପଣଙ୍କ କାରବାରରେ ବାଧ‌ା ସୃଷ୍ଟି ହେବାକୁ ଦିଏନାହିଁ।