ତୁର୍କୀ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଥିବା ଇଲକର ଆଇସି ହେଲେ ଏୟାର ଇଣ୍ଡିଆର ସିଇଓ

ନୂଆଦିଲ୍ଲୀ: ଟାଟା ସନ୍ସ ସୋମବାର ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲକର ଆଇସିଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଏକ ବିବୃତ୍ତିରେ କହିଛନ୍ତି, “ବୋର୍ଡ ଇଲକର ଆଇସିଙ୍କୁ ସିଇଓ ତଥା ଏମଡି ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଇଲକର ଆଇସି ଜଣେ ତୁର୍କୀ ବ୍ୟବସାୟୀ | ଆଇସି ୧୯୯୪ ରେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଡୋଆନଙ୍କ ପରାମର୍ଶଦାତା ଥିଲେ। ଏଥିସହ ସେ ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଥିଲେ।

ଇଲକର ଆଇସି ୨୦୦୫ ରୁ ୨୦୧୧ ପର୍ଯ୍ୟନ୍ତ ଅନେକ ବୀମା କମ୍ପାନୀର ସିଇଓ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଜାନୁଆରୀ ୨୦୧୧ ରେ, ତାଙ୍କୁ ତୁର୍କୀର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିବେଶ ସହାୟତା ଏବଂ ପ୍ରୋତ୍ସାହନ ଏଜେନ୍ସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା ।

ଆଇସିଙ୍କ ନିଯୁକ୍ତି ଉପରେ ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି, “ଇଲକର ଜଣେ ବିମାନ ଶିଳ୍ପପତି ଯିଏକି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତୁର୍କୀ ଏୟାରଲାଇନ୍ସକୁ ସଫଳତା ଆଡକୁ ଆଗେଇ ନେଇଥିଲେ’ । ଉଲ୍ଲେଖଯୋଗ୍ୟ, ଜାନୁଆରି ୨୭ରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଥିଲେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାର ଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଥିଲା ।

ସମ୍ବନ୍ଧିତ ଖବର