ବଜାରରେ କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭି

ଭୁବନେଶ୍ୱର : ଅଗ୍ରଣୀ ଇଲୋକ୍ଟନିକ୍ସ୍‌ କମ୍ପାନି କୋଡାକ୍‌ ପକ୍ଷରୁ ଏହାର ଏଚ୍‌ଡି ଏଲ୍‌ଇଡି ଟିଭି ଓଡ଼ିଶା ବଜାରରେ ପ୍ରବେଶ କରିଛି। ଭାରତୀୟ ବଜାରରେ କୋଡାକ୍‌ ଏହାର ଟିଭି ବ୍ରାଣ୍ଡ୍‌ ୨୦୧୬ ଅଗଷ୍ଟରେ ପ୍ରବେଶ କରାଇଥିଲା। ଏହା ସୁପର ପ୍ଲାଷ୍ଟୋନିକ୍‌ ପ୍ରା.ଲିଃ.(ଏସ୍‌ପିପିଏଲ୍‌) ମାଧ୍ୟମରେ ଲାଇସେନ୍ସ ହାସଲ କରି କାରବାର ଜାରି ରଖିଛି। ଏହା ଓଡ଼ିଶାରେ ୧୦୦ସେଲିଂ ପଏଣ୍ଟ ଖୋଲିବାର ଯୋଜନା କରିଛି। ୨୦୨୦ ସୁଦ୍ଧା ଏହା ରାଜ୍ୟର ଟିଭି ବଜାରରେ ୨୦ ପ୍ରତିଶତ ମାର୍କେଟ ଶେୟାର ହାସଲ କରିବାର ଲକ୍ଷ୍ୟ ରଖିଛି। ଆସନ୍ତା ୨୦୨୧ ବେଳକୁ ଭାରତୀୟ ଟିଭି ବଜାରରେ କାରବାର ପରିମାଣ ୯ ବିଲିୟନ୍‌ ଡଲାରରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାର ସମ୍ପ୍ରସାରଣ କାଯର୍‌ୟ ଜାରି ରଖିଛି। କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭି ଶପ୍‌କ୍ଲୁ, ଆମାଜନ୍‌, ପେଟିଏମ୍‌ ଏବଂ ଫ୍ଲିପ୍‌କାର୍ଟ ଆଦି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି।

ଏହି ଅବସରରେ ଏସ୍‌ପିପିଏଲ୍‌ର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ଅବନୀତ୍‌ ସିଂ ମାରୱାହା କହିଛନ୍ତି ଯେ କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭିର ଚାହିଦା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। କମ୍ପାନୀ ଏହାର ସମ୍ପ୍ରସାରଣ ଧାରା ଜାରି ରଖିଥିବାବେଳେ ସମ୍ପ୍ରତି ଓଡ଼ିଶା ବଜାରରେ ଏହାର କାରବାର ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନା ଅନ୍ତର୍ଗତ କମ୍ପାନୀ ୨୦୨୦ ସୁଦ୍ଧା ରାଜ୍ୟରେ୨୦ ପ୍ରତିଶତ ମାର୍କେଟ ଶେୟାର ହାସଲ କରିବାର ଲକ୍ଷ୍ୟ ରଖିଛି। ଓଡ଼ିଶା ବଜାରରେ କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭି ବିଶେଷ ସଫଳ ରହିବାର ଆଶା ରହିଛି। ଏହି ଅବସରରେ ଏସ୍‌ପିପିଏଲ୍‌ର ଆଞ୍ଚଳିକ ପରିଚାଳକ ଗୁନ ପିଚୋରୀ କହିଲେ ଓଡ଼ିଶାର କ୍ରମବର୍ଦ୍ଧମାନ ବଜାରରେ କୋଡାକ୍‌ ଏଚ୍‌ଡି ଏଲ୍‌ଇଡି ଟିଭି ଗ୍ରାହକଙ୍କ ବିଶ୍ୱାସ ନିୟତା ହାସଲ କରିବାକୁ ସକ୍ଷମ ହେବ। ଏହି ଟିଭିର ଗୁଣବତ୍ତାଯୁକ୍ତ ଚିତ୍ର ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଉପଲବ୍ଧ କରାଇବ ଏବଂ ଏହାର ସୁନ୍ଦର ଡିଜାଇନିଂ ଗ୍ରାହକଙ୍କୁ ନିଶ୍ଚିତ ପସନ୍ଦ ହେବ। ଏସ୍‌ପିପିଏଲ୍‌ ୧୯୯୦ ଠାରୁ କାରବାର ଆରମ୍ଭ କରିଥିବାବେଳେ ନୋଏଡ଼ାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଭାରତରେ ଏହାର ୧୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ।

ସମ୍ବନ୍ଧିତ ଖବର