ମୁମ୍ବାଇ: କୋଣାର୍କ ମନ୍ଦିର ଛବି ଥିବା ନୂଆ ୧୦ ଟଙ୍କିଆ ନୋଟ୍ ଆସିବାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନୂଆ ନୋଟ୍ ଖୁବ୍ଶୀଘ୍ର ପ୍ରଚଳନ କରାଯିବ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ପ୍ରେସ୍ ଇସ୍ତାହାର ଜାରି କରାଯାଇଛି। ଏହି ଇସ୍ତାହାରରେ ନୂଆ ନୋଟ୍ର ନମୁନା ଛବି ପ୍ରଦର୍ଶିତ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ଆର୍. ପଟେଲଙ୍କ ଦସ୍ତଖତ ଏହି ନୂଆ ନୋଟ୍ରେ ରହିଛି। ମହାତ୍ମା ଗାନ୍ଧୀ ସିରିଜ୍ରେ ଆସିଥିବା ନୂଆ ୧୦ ଟଙ୍କିଆ ନୋଟ୍ର ମୌଳିକ ରଙ୍ଗ ଖଇରିଆ-ମାଟିଆ ରହିଛି। ଉକ୍ତ ନୂଆ ନୋଟ୍ର ପ୍ରଚଳନ ଖୁବ୍ଶୀଘ୍ର ହେବ। ନୂଆ ନୋଟ୍ର ଚଉଡ଼ା ଏବେକାର ନୋଟ୍ ଭଳି ୬୩ ମିଲିମିଟର ରହିଥିବାବେଳେ ଲମ୍ବ ପୂର୍ବାପେକ୍ଷା ୧୪ ମିଲିମିଟର କମ୍ ରହିଛି। ବର୍ତମାନର ୧୦ ଟଙ୍କିଆ ନୋଟ୍ର ଲମ୍ବ ୧୩୭ ମିଲିମିଟର ଥିବାବେଳେ ନୂଆ ନୋଟ୍ର ଲମ୍ବ ୧୨୩ ମିଲିମିଟର ରହିଛି। ନୂଆ ନୋଟ୍ର ସାମ୍ନା ପଟ ମଝିରେ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ଥିବାବେଳେ ଏହାର ଡାହାଣକୁ ଗ୍ୟାରେଣ୍ଟି କ୍ଲଜ୍, ଗଭର୍ଣ୍ଣରଙ୍କ ଦସ୍ତଖତ ଏବଂ ମୂଲ୍ୟ ପ୍ରଦାନ ସଂକ୍ରାନ୍ତ ପ୍ରତିଶ୍ରୁତି ଆଦି ରହିଛି। ସେହିଭଳି ଦେବନାଗରୀ ଭାଷାରେ ୧୦ ଉଲ୍ଲେଖ ରହିଛି। ଛୋଟ ଛୋଟ ଅକ୍ଷରରେ ‘ଆରବିଆଇ’ , ‘ଭାରତ’, ‘ଇଣ୍ଡିଆ’ ଏବଂ ଇଂରାଜୀରେ ‘୧୦’ ଆଦି ଉଲ୍ଲେଖ ହୋଇଛି। ନୋଟରେ ନିରାପତ୍ତା ସୁତା ଥିବାବେଳେ ଦକ୍ଷିଣ ପଟେ ଅଶୋକ ସ୍ତମ୍ଭର ପ୍ରତୀକ ରହିଛି। ନୋଟ୍ର ବାମପଟ ଉପରି ଭାଗ ଏବଂ ଡାହାଣ ପଟ ତଳ ଭାଗରେ ଛୋଟରୁ ବଡ଼ ଆକାର ଅକ୍ଷରରେ ନମ୍ବର ପ୍ୟାନେଲ ରହିଛି। ସେହିଭଳି ନୋଟ୍ର ପଛପଟେ ଦେଶର ଐତିହ୍ୟ ଭାବେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଛବି, ସ୍ୱଚ୍ଛ ଭାରତର ପ୍ରତୀକ ଏବଂ ସ୍ଳୋଗାନ, ବିଭିନ୍ନ ଭାଷାରେ ୧୦ ଟଙ୍କା ଲେଖାଯାଇଛି। ଏତଦ୍ବ୍ୟତୀତ ଅନ୍ୟାନ୍ୟ କେତେକ ବିଶେଷତ୍ୱ ମଧ୍ୟ ଏହି ନୋଟ୍ରେ ରହିଛି।
କୋଣାର୍କ ଚକ୍ର ଥିବା ୧୦ ଟଙ୍କିଆ ଆସିଲା
ଖୁବ୍ ଶୀଘ୍ର ବଜାରରେ ମିଳିବ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)