ଭୁବନେଶ୍ୱର: କୋଣାର୍କ ହାର୍ଲି-ଡାଭିଡ୍‌ସନ୍‌ରେ ଚାଲିଛି ସ୍ପିରିଡ୍‌ହୁଡ୍‌-ଟାଟୁ ଫେଷ୍ଟିଭାଲ୍‌। ଚଳିତ ମାସ ୨୮ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ୍‌ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦେଶର ୧୦ ପ୍ରମୁଖ ଟାଟୁ କଳାକାର ଯୋଗଦେଇଛନ୍ତି। ଏଥିରେ ୧୧ଟି ରାଜ୍ୟର କଳାକାର ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଫେଷ୍ଟିଭାଲ୍‌ର ଉଦ୍‌ଘାଟନି ଅବସରରେ କୋଣାର୍କ ହାର୍ଲି-ଡାଭିଡ୍‌ସନ୍‌ର ମୁଖ୍ୟ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, ସ୍ପିରିଟ୍‌୍‌ଡୁଟ୍‌ ଟାଟୁ ଫେଷ୍ଟିଭାଲ୍‌ ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହେବ।

Advertisment

ସ୍ପିରିଟ୍‌ହୁଡ୍‌ ସହିତ ସାମିଲ ହୋଇ ବହୁତ ଉତ୍ସାହିତ ଥିବା ଦେବଜ୍ୟୋତି କହିଛନ୍ତି ଯେ ଯୋଗ୍ୟ ପ୍ରତିଭାଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଆମେ ସର୍ବଦା ଉଦ୍ୟମ କରିଥାଉ। ସେହି ଭାବନରୁ ଏହି ଫେଷ୍ଟିଭାଲ୍‌ର ଆୟୋଜନ ସମ୍ଭବ ହୋଇଛି। ଓମ୍‌ ଆଚାର୍ଯ୍ୟଙ୍କ ସ୍କିଭାସ୍‌ ଷ୍ଟୁଡିଓ ପକ୍ଷରୁ ଏହି ଫେଷ୍ଟିଭାଲ୍‌ ଆୟୋଜନ କରାଯାଇଛି। ଏଥିରେ ମୁମ୍ବାଇର ଆଲିଏନ୍‌ସ ଟାଟୁର ସନି ଭାନୁସାଲି ମଧ୍ୟ ଯୋଗ ଦେଇଛନ୍ତି। ବଲିଉଡ୍‌ ସେଲିବ୍ରିଟିଙ୍କ ଟାଟୁ ପ୍ରସ୍ତୁତ କରିବା ପାଇଁ ସେ ଜଣାଶୁଣା। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ଟାଟୁ କଳାର ପ୍ରସାର କରିବା।