କୋଟାକ୍ ଲାଇଫ୍ର ନୂଆ ଜୀବନ ବୀମା ପ୍ଲାନ୍
ଭୁବନେଶ୍ୱର: କୋଟାକ୍ ମହିନ୍ଦ୍ରା ଲାଇଫ୍୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ ନୂଆ କୋଟାକ୍ ସ୍ମାର୍ଟ ଲାଇଫ୍ ନାମକ ଜୀବନ ବୀମା ଯୋଜନାକୁ ଉନ୍ମୋଚନ କରାଯାଇଛି। ଏହା ହେଉଛି ଏକ ସୀମିତ ପେ’, ନନ୍-ଲିଙ୍କଡ୍ ଏଣ୍ଡାଓମେଣ୍ଟ୍ ବୀମା ଯୋଜନା। ଏ ସମ୍ପର୍କରେ କଂପାନିର ଚିଫ୍ ରିସ୍କ ଅଫିସର ସୁନୀଲ ଶର୍ମା କହିଛନ୍ତି ଯେ, ‘କୋଟାକ୍ ସ୍ମାର୍ଟ ଲାଇଫ୍ ଗ୍ରାହକମାନଙ୍କୁ ନିଜର ବୋନସ୍କ ସେମାନଙ୍କ ସୁବିଧା ଅନୁସାରେ ପ୍ରଦାନ କରିବ। ସେ କହିଛନ୍ତି ଯେ ନିରବଚ୍ଛିନ୍ନ ପ୍ରଯୁକ୍ତି ଭିତ୍ତିିକ ଅନୁଭୂତି ସହିତ କୋଟାକ୍ ଲାଇଫ୍ ଏହାର ଗ୍ରାହକ ଓ ସେମାନଙ୍କ ପରିବାରକୁ ଚାପ ମୁକ୍ତ ବୀମା ଉତ୍ପାଦ ପ୍ରଦାନ କରିବାକୁ ଉଦ୍ୟମ କରୁଛି।