ଭୁବନେଶ୍ବର: ଜୟପୁରର ସୂର୍ଯ୍ୟ ମହଲରେ ୧୧୦୦ ବର୍ଗଫୁଟ ପରିମିତ ସ୍ଥାନରେ କୁଚିନାର ନୂଆ ସୋ’ରୁମ୍ କୁଚିନା ହୋମ୍ ମେକର୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋଲାଯାଇଛି। ସେଠାରେ ଗୋଟିଏ ଛାତ ତଳେ ଗ୍ରାହକମାନେ କୁଚିନା ଉତ୍ପାଦର ବ୍ୟାପକ ବର୍ଗମାଳା ପାଇପାରିବେ। ଉତ୍ପାଦଗୁଡ଼ିକୁ ଦେଖି ପରଖିପାରିବେ ଏବଂ ସ୍ଥାନ ପରିଚାଳନା ଆଦି ବିଷୟରେ ଜାଣିପାରିବେ। ଜର୍ମାନ ପ୍ରଯୁକ୍ତିକୁ ବ୍ୟବହାର କରି ମଡ୍ୟୁଲାର କିଚେନ୍ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ଗ୍ରାହକଙ୍କ ପକେଟ୍କୁ ସୁହାଇବା ଭଳି ସ୍ତରରେ ରହିଛି। ଏହି ଅବସରରେ କଂପାନିର ପରିଚାଳନା ନିର୍ଦେଶକ ନମିତ ବଜୋରିଆ କହିଛନ୍ତି ଯେ ଗ୍ରାହକମାନଙ୍କ ଯଥା ସମ୍ଭବ ନିକଟରେ ପହଞ୍ଚିବାକୁ ଆମେ ପ୍ରୟାସ କରୁଛୁ। ଆମ ଉପରେ ବିଶ୍ବାସ କରୁଥିବା ଗ୍ରାହକମାନଙ୍କୁ ଆମେ ସ୍ବତନ୍ତ୍ର ଅନୁଭୂତି ଦେବାକୁ ଚାହୁଛୁ। କୁଚିନାର ସ୍ବତନ୍ତ୍ର ସୋ’ରୁମ୍ ଜରିଆରେ ଆମେ ଆମ ଶ୍ରେଷ୍ଠ ଡିଜାଇନର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବାର ସୁଯୋଗ ପାଇଛୁ। ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର।
ଜୟପୁରରେ କୁଚିନାର ନୂଆ ସୋ’ରୁମ୍
/sambad/media/post_attachments/wp-content/uploads/2023/02/Kutchina-photo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)