ଖୁବ ଶୀଘ୍ର ସଂପୂର୍ଣ୍ଣ ହେବ ଭୋଡ଼ାଫୋନ-ଆଇଡ଼ିଆ ମିଶ୍ରଣ; ଅଧ୍ୟକ୍ଷ ରହିବେ କୁମାର ମଙ୍ଗଳମ୍ ବିରଲା

ନୂଆଦିଲ୍ଲୀ : ଭୋଡ଼ାଫୋନ ଗ୍ରୁପ ଓ ଆଇଡ଼ିଆ ସେଲୁଲାରର ମିଶ୍ରଣ ହେବା ପରେ ନୂଆ କମ୍ପାନିର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ରହିବେ କୁମାର ମଙ୍ଗଳମ ବିରଲା । ଏ ସଂପର୍କରେ କମ୍ପାନି ପକ୍ଷରୁ ମିିଳିତଭାବେ ସୂଚନା ଦିଆଯାଇଛି । ସିଇଓ ରହିବେ ବର୍ତ୍ତମାନ ଭୋଡ଼ାଫୋନର ସିଇଓ ଥିବା ବଲେଶ ଶର୍ମା । ଉଭୟ କଂପାନିର ମିଶ୍ରଣ ସଂପୂର୍ଣ୍ଣ ହେବା ପରେ ନୂଆ ପରିଚାଳନା କର୍ତ୍ତୃପକ୍ଷ ଦାୟିତ୍ୱ ଗ୍ରହଣ କରିବେ । ଗତବର୍ଷ ମାର୍ଚ୍ଚ ମାସରେ ଉଭୟ କଂପାନୀର ମିଶ୍ରଣ ସଂପର୍କରେ ଘୋଷଣା କରାଯିବା ସମୟରେ ନୂଆ ପରିଚାଳନା ବ୍ୟବସ୍ଥା ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି କୁହାଯାଇଥିଲା ।

ମିଶ୍ରଣ ପାଇଁ ନିୟାମକଙ୍କ ଅନୁମୋଦନ ଆଣିବାରେ ଉଭୟ କଂପାନି ଅନେକ ଅଗ୍ରଗତି କରିଛନ୍ତି । ଏହି କାର୍ଯ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ତେବେ ମିଶ୍ରଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଦୁଇ କଂପାନିର ପରିଚାଳନା କର୍ତ୍ତୃପକ୍ଷ ନିଜନିଜ କଂପାନିର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସେଥିପାଇଁ ଉତ୍ତରଦାୟୀ ରହିବେ । ମିଶ୍ରଣ ପରେ ଯାଇ ୨ ସଂସ୍ଥା ଏକକ ସଂସ୍ଥାରେ ପରିଣତ ହେବ । ବର୍ତ୍ତମାନ ଆଇଡ଼ିଆର ମୁଖ୍ୟ ଆର୍ଥିକ ଅଧିକାରୀ ଥିବା ଅକ୍ଷୟ ମୁନ୍ଦ୍ରା ନୂତନ କଂପାନିର ସିଏଫଓ ରହିବେ । ଆଇଡ଼ିଆର ଉପ-ପରିଚାଳନା ନିର୍ଦ୍ଦେଶକ ଥିବା ଅମ୍ବରିସ ଜୈନ ନୂତନ କଂପାନିର ସିଓଓ ହେବେ ।

ସମ୍ବନ୍ଧିତ ଖବର