ଟ୍ରାଇର ନୂଆ ନିୟମ: ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ କେୱାଇସି ଦାଖଲ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଚଳିତବର୍ଷ ଆରମ୍ଭରୁ ହିଁ ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଟିଭି ଦେଖିବାର ନିୟମରେ ଅନେକ ପରିବର୍ତ୍ତନ ଆଣିଛି । ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବରଙ୍କ  କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ ଟିଭି କେବୁଲ୍ ପାଇଁ କେୱାଇସି ପ୍ରକ୍ରିୟା ମଧ୍ୟ ସେହିଭଳି ହୋଇଯାଇଛି ।

ଟ୍ରାଇର ଏହି ନୂଆ ନିୟମକୁ ନୂଆ ଡିଟିଏଚ୍ ସବଷ୍କ୍ରାଇବରଙ୍କ ପାଇଁ ଲାଗୁ କରାଯାଇଛି । ଏଥିରେ ଗ୍ରାହକଙ୍କୁ କେୱାଇସି କରିବା ପାଇଁ ୨ ବର୍ଷର ସମୟ ମିଳିବ । ଅନ୍ୟପକ୍ଷରେ ଯେଉଁ ଗ୍ରାହକ ନୂଆ କନେକ୍ସନ୍ ନେବେ ତାଙ୍କୁ ସର୍ବପ୍ରଥମେ ସବଷ୍କ୍ରାଇବରଙ୍କୁ କେୱାଇସି କରିବାକୁ ପଡିବ । ଏହାପରେ ହିଁ ନୂଆ ଡିଟିଏଚ୍ କନେକ୍ସନ୍ ପାଇଁ ମିଳୁଥିବା ସେଟଅପ୍ ବକ୍ସକୁ ଇନଷ୍ଟଲ୍ କରାଯିବ । କେୱାଇସି ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ଆଧାର କାର୍ଡ ,ଡ୍ରାଇଭିଂ ଲାଇସେନ୍ସ,ପାସପୋର୍ଟ ଆଦି ଦସ୍ତାବିଜର କପି ଜାରି କରିବାକୁ ପଡିବ ।

ସମ୍ବନ୍ଧିତ ଖବର