ଡିସେମ୍ବର ୩୧ ସୁଦ୍ଧା କେଓ୍ବାଇସି ନିୟମକୁ କୋହଳ କଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ସାଧାରଣ ବ୍ୟାଙ୍କ ଗ୍ରାହକଙ୍କ ପାଇଁ କେତେକ ନିୟମକୁ କୋହଳ କରିଛନ୍ତି । ଆସନ୍ତା ୩୧ ଡିସେମ୍ବର ସୁଦ୍ଧା କେଓ୍ବାଇସି ଅପଡେଟ କରିବା ଆବଶ୍ୟକ ନାହିଁ । ଅର୍ଥାତ ଯ଼େଉଁ ଗ୍ରାହକମାନେ କେଓ୍ବାଇସି (ନୋ ୟୋର କଷ୍ଟମର ବା ଗ୍ରାହକଙ୍କ ପରିଚୟ ଓ ଠିକଣା ପ୍ରମାଣକରୁଥିବା କାଗଜପତ୍ର) ଅପଡେଟ କରିନାହାନ୍ତି, ସେମାନେ ୩୧ ଡିସେମ୍ବର ସୁଦ୍ଧା କେଓ୍ବାଇସି ଅପଡେଟ୍ ନକଲେ ବ୍ୟାଙ୍କମାନେ ସେମାନଙ୍କ ଖାତା ଉପରେ କୌଣସି କଟକଣା ଲଗାଇପାରିବେ ନାହିଁ । ଏ ସମ୍ପର୍କରେ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
କେବଳ ଏତିକି ନୁହେଁ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭିଡିଓ-କେଓ୍ବାଇସି ସୁବିଧା ପ୍ରୋପ୍ରାଇଟରସିପ ଫାର୍ମ, ଅଥରାଇଜଡ ସିଗନେଟୋରୀମାନଙ୍କୁ ମଧ୍ୟ ପ୍ରଦାନ କରାଯ଼ିବ ।
ଦେଶରେ କରୋନା ମହାମାରୀର ୨ୟ ଲହର ଆସିବା ପରେ ବିଭିନ୍ନ ରାଜ୍ୟ ଲକଡାଉନ ଲାଗୁ କରିଛନ୍ତି । ଏହା ଫଳରେ ଗ୍ରାହକମାନେ କେଓ୍ବାଇସି ଅପଡେଟ କରିବାକୁ ବ୍ୟାଙ୍କ ଶାଖା ଆସିବା ସମ୍ଭବ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯ଼ାଇଛି । କିଛିଦିନ ତଳେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଡାକ ଓ ଇ-ମେଲ ମାଧ୍ୟମରେ କେଓ୍ବାଇସି ଅପଡେଟ ବ୍ୟବସ୍ଥା କରାଯ଼ାଇଥିଲା ।

ସମ୍ବନ୍ଧିତ ଖବର