ଲାବଣ୍ୟ ଜୁଏଲାରିକୁ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଉଦ୍ଘାଟନ କରୁଛନ୍ତି। ନିକଟରେ ନିର୍ଦେଶକ ସତେନ୍ଦ୍ର କୁମାର ମିଶ୍ର
ଭୁବନେଶ୍ୱର, ୧୫/୧(ଇମିସ): ଖାରବେଳ ନଗରଠାରେ ନୂଆ ଗହଣା ସୋ’ରୁମ୍ ‘ଲାବଣ୍ୟ ଜୁଏଲାରି’ ଉଦ୍ଘାଟିତ ହୋଇଯାଇଛି। ବଲିଉଡ୍ର ଗ୍ଲାମରସ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଲାବଣ୍ୟର ବ୍ରାଣ୍ଡ୍ ଆମ୍ବାସାଡର ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ଓ ନିର୍ଦେଶକ ସତେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ।
ଉଦ୍ଘାଟନ ପୂର୍ବରୁ ଭୂମିକା ଦାସ ଉପସ୍ଥିତ ଦର୍ଶକଙ୍କ ବେଶ ମନୋରଞ୍ଜନ କରିଥିଲେ।
ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଲାବଣ୍ୟ ଜୁଏଲାରିରେ ବିଭିନ୍ନ ଡିଜାଇନର ସୁନା, ହୀରା ଏବଂ ରୁପା ଗହଣା ବିକ୍ରି କରାଯାଉଛି। ଗ୍ରାହକମାନଙ୍କୁ ଉଦ୍ଘାଟନି ଅଫରରେ ପ୍ରତ୍ୟେକ ସୁନା କିଣା ଉପରେ ୮% ରିହାତି, ରୁପାର ଗଢ଼େଇ ମୂଲ୍ୟରେ ୫୦% ରିହାତି ଏବଂ ହୀରା ଗହଣା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ପାଞ୍ଚ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଖରିଦ ଉପରେ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ମିଳିବ। ଏଥିରେ ଭାଗ୍ୟଶାଳୀ ଗ୍ରାହକମାନଙ୍କ ପାଇଁ କାର୍ ଓ ମୋଟରସାଇକଲ୍ ଜିତିବାର ସୁଯୋଗ ରହିଛି। ପଚାଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା କିଣାକିଣି ଉପରେ ଲାବଣ୍ୟ ଜୁଏଲାରି ପକ୍ଷରୁ ଗ୍ରାହକମାନଙ୍କୁ ଦୁଇଟି ନେହା କକ୍କର ନାଇଟ୍୍ର ପ୍ରବେଶ ପତ୍ର ପ୍ରଦାନ କରାଯିବ। ଏଠାରେ ସ୍ୱତନ୍ତ୍ର ଭାବେ କସ୍ତୁରୀ ବ୍ରାଣ୍ଡ୍ର ଗହଣା ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି। କସ୍ତୁରି ସୁନା ଓ ହୀରା ଗହଣା ଉପରେ ଜୀବନବ୍ୟାପୀ ଏକ୍ସଚେଞ୍ଜ ଅଫର ପ୍ରଦାନ କରାଯାଉଛି। କେନ୍ଦୁଝର ଏବଂ ବାରିପଦାରେ ସୋ’ରୁମ୍ ଖୋଲିବାକୁ ଲାବଣ୍ୟ ଜୁଏଲାରି ଲକ୍ଷ୍ୟ ରଖିଛି। ଏହି ଅବସରରେ ଲାବଣ୍ୟ ଜୁଏଲାରିର ମହାପ୍ରବନ୍ଧକ ସୀତାକାନ୍ତ ପଟ୍ଟନାୟକ ଏବଂ ପ୍ରବନ୍ଧକ (ଅର୍ଥ) ନିର୍ମଳ କୁମାର ନାୟକ ଉପସ୍ଥିତ ଥିଲେ।
‘ଲାବଣ୍ୟ ଜୁଏଲାରି’ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/ll.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)