ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରକୁ ସାମ୍ନା କରୁଛି। ଏଭଳି ସ୍ଥିତି ସୃଷ୍ଟି ହେବା ପଛର କାରଣ ନେତୃତ୍ବ ଓ ଦୂରଦୃଷ୍ଟିର ଅଭାବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ସେ କହିଛନ୍ତି ଯେ ଯତ୍ନବାନ ହୋଇଥିଲେ ଏବଂ ସତର୍କ ରହିଥିଲେ ଏହି ଭୂତାଣୁ ପୁଣି ଥରେ ଫେରିପାରେ ମନରେ ଭାବନା ରହିଥାନ୍ତା। ଗତବର୍ଷ କରୋନା ମାମଲାରେ ହ୍ରାସ ଘଟିବା ପରେ ଭାରତରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଆମେ ଭୂତାଣୁର ଭୟଙ୍କର ସ୍ଥିତିକୁ ଅତିକ୍ରମ କରିସାରିଛୁ। ଏବେ ହେଉଛି ସବୁ କିଛି ଖୋଲିବାର ସମୟ। ସେହି ଆତ୍ମସନ୍ତୋଷ ଘାତକ ସାବ୍ୟସ୍ତ ହୋଇଛି ବୋଲି ରାଜନ କହିଛନ୍ତି। ନିଜ ଦେଶର ନାଗରିକମାନଙ୍କ ଟିକାକରଣ ପାଇଁ ମଧ୍ୟ ଯଥେଷ୍ଟ ପ୍ରସ୍ତୁତି କରାଯାଇନାହିଁ। ଯେହେତୁ ଭୂତାଣୁ ସଙ୍କଟ ଦୂର ହେଲା ଧୀରେ ଧୀରେ ଟିକାକରଣ କରିବାକୁ ଭାରତ ସରକାର ଭାବିଥିଲେ। ଏବେ ଜରୁରୀକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି ବୋଲି ସେ କହିଛନ୍ତି।
କୋଭିଡ୍ ସଙ୍କଟ ପାଇଁ ଦୂରଦୃଷ୍ଟି, ନେତୃତ୍ବ ଅଭାବ ଦାୟୀ: ରାଜନ
/sambad/media/post_attachments/wp-content/uploads/2021/01/Raghuram_Rajan_face_square.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)